ମିଶନ ୧୨୦ ପ୍ଲସକୁ ସଫଳ କରିବା ପାଇଁ ନିଷ୍ପତି ନେଲା ସୋନପୁର ଭାରତୀୟ ଜନତା ପାର୍ଟି
1 min readଆଓରି-ଭୁବନେଶ୍ଵର(୨୪/୭) : ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ଭାରତୀୟ ଜନତା ପାର୍ଟିର ଶକ୍ତିକେନ୍ଦ୍ର ପଦାଧିକାରୀଙ୍କ ବୈଠକ ସ୍ଥାନୀୟ ଟାଉନ ହଲ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ବିଜୟ କୁମାର ମହାକୁଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଙ୍ଗଠନିକ ବୈଠକରେ ନିର୍ବାଚନମଣ୍ଡଳୀର ୯ ଗୋଟି ମଣ୍ଡଳର ଶକ୍ତିକେନ୍ଦ୍ର ପଦାଧିକାରୀ ଯୋଗଦାନ କରିଥିଲେ। ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ସଂଗଠନକୁ ବୁଥ୍ ସ୍ତରରୁ ମଜବୁତ୍ କରିବାକୁ ଆହ୍ଵାନ ଦେଇଥିଲେ। କେନ୍ଦ୍ରର ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେବା ସହ ରାଜ୍ୟ ସରକାରଙ୍କ ଜନବିରୋଧି ନୀତିକୁ ଲୋକଲୋଚନକୁ ଆଣିବାକୁ କହିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ ସାଗଠନିକ ସ୍ଥିତି ସମ୍ପର୍କରେ ଆଳୋଚନା କରିଥିଲେ। ରାଷ୍ଟ୍ରିୟ ସଭାପତି ଅମିତ ଶାହାଙ୍କ ମିଶନ ୧୨୦କୁ ସଫଳ କରିବା ପାଇଁ ନିଷ୍ପତି ନେବା ସହ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ ଦେଇଥିଲେ । ବଲାଙ୍ଗୀରର ପ୍ରାକ୍ତନ ଏମ୍ପି ସଙ୍ଗୀତା ସିଂଦେଓ, କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶିବାଜୀ ମହାନ୍ତି, ପ୍ରାକ୍ତନ ବିଧାୟକ ଅଚ୍ୟୁତ ବିଶ୍ୱାଳ, ଜିଲା ପର୍ଯ୍ୟବେକ୍ଷକ ଯୁଗଳ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ମହାପାତ୍ର, ଆନନ୍ଦ ବାରିକ୍, ବଳଦେବ ପ୍ରସାଦ ବେଦ୍ବାକ୍, ଅଶୋକ ପୂଜାରୀ, ରାଜକିଶୋର ମେଣ୍ଡଲି, ସୁରେଶ ମହଲା, ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଉପାଧ୍ୟକ୍ଷ ରୁଦ୍ର ପ୍ରସାଦ ମହଲା, ଜିଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବିଶି, ଜୟନାରାୟଣ ନେଗୀ, ପୂର୍ଣ୍ଣିମା ବାରିକ୍ ଓ ସୋନପୁର ନିର୍ବାଚନମଣ୍ଡଳୀ ପ୍ରଭାରି ଅଶୋକ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ନେତ୍ରୀ ନଳିନୀ ପଣ୍ଡା, ଶ୍ରଦ୍ଧାଞ୍ଜଳୀ ମିଶ୍ର, ବରିଷ୍ଠ ନେତା କିଶୋର ହୋତା, ସୁରେଶ ମିଶ୍ର, କରମଚାନ୍ଦ ମହାନ୍ତି, ଶରତ କୁମାର ଶତପଥୀ, ପର୍ଶୁରାମ ମିଶ୍ର, ରାମଶଙ୍କର ଭୋଇ, ନିରଞ୍ଜନ ତ୍ରିପାଠୀ, ଗଣେଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।