“ତିନ୍ ତଲାକ୍” ପ୍ରଥା ଅସାମ୍ବିଧାନିକ : ସୁପ୍ରିମକୋର୍ଟ
1 min readନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ମୁସଲମାନ୍ ସମାଜ ପାଇଁ ଏକ ଐତିହାସିକ ରାୟ ପ୍ରକାଶ କରିଛନ୍ତି । ମୁସଲମାନ୍ ସମାଜରେ ପ୍ରଚଳିତ ‘ତିନ୍ ତଲାକ୍’ ବ୍ୟବସ୍ଥା ସର୍ବୋଚ୍ଚ ଅଦାଲତ ଅସାମ୍ବିଧାନିକ ବୋଲି ଘୋଷଣା କରିଛନ୍ତି । ଏ ନେଇ ସଂସଦରେ ଏକ ବିଦ୍ଧିବଦ୍ଧ ଆଇନ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ୍.ଖେହର, ଜଷ୍ଟିସ୍ କୁରିୟନ୍ ଯୋଶେଫ, ଜଷ୍ଟିସ୍ ଆର୍.ଏଫ୍.ନରିମାନ୍, ଜଷ୍ଟିସ୍ ୟୁ.ୟୁ.ଲଲିତ୍ ଓ ଜଷ୍ଟିସ୍ ଅବ୍ଦୁଲ୍ ନଜିର୍ଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ପର୍ଯ୍ୟାୟ କ୍ରମେ ନିଜର ରାୟ ଶୁଣାଇ ଥିଲେ । ୨ ଜଣ ବିଚାରପତି ଏହି ପ୍ରଥାକୁ ଅସାମ୍ବିଧାନିକ ନୁହେଁ ବୋଲି କହିଥିଲେ କିନ୍ତୁ ଅନ୍ୟ ୩ ଜଣ ତିନ୍ ତଲାକ୍ ବ୍ୟବସ୍ଥା ଅସାମ୍ବିଧାନିକ ବୋଲି ଉଲ୍ଲେଖ କରିଥିଲେ | ମାତ୍ର ୫ ଜଣିଆ ଖଣ୍ଡପୀଠରେ ତିନି ଜଣ ବିଚାରପତି ‘ତିନି ତଲାକ୍’କୁ ଅସାମ୍ବିଧାନିକ ବୋଲି ନିଜ ରାୟରେ ଉଲ୍ଲେଖ କରିଥିବାରୁ ବହୁ ମତରେ ଏହା ଗୃହୀତ ହୋଇଥିଲା ଏବଂ ସୁପ୍ରିମ୍କୋର୍ଟଙ୍କ ରାୟ ତିନି ତଲାକ୍ ବିରୋଧରେ ଯାଇଥିଲା ।