Sat. Jan 25th, 2020

ଶାହବାନୋଙ୍କ କାହାଣୀ

1 min read

ରାଜୀବ ଗାନ୍ଧୀଙ୍କ ଜୀବନୀ (‘ରାଜୀବ ଗାନ୍ଧୀ: ସନ୍‌ ଅଫ୍‌ ଏ ଡାଇନାଷ୍ଟି’) ଲେଖକ ନିକୋଲାସ୍‌ ନୁଜେଣ୍ଟ୍‌ ତାଙ୍କର ୧୯୯୦ରେ ପ୍ରକାଶିତ ଉକ୍ତ ପୁସ୍ତକରେ ୧୯୮୬ରେ ରାଜୀବ ଗାନ୍ଧୀ ସରକାର ଶାହବାନୋ ମାମଲାରେ ସୁପ୍ରିିମକୋର୍ଟ ପ୍ରଦାନ କରିଥିବା ରାୟକୁ ଏକ ନୂତନ ଆଇନ ପ୍ରଣୟନ ଦ୍ବାରା ଅକାମି କରିଦେବା କାର୍ଯ୍ୟକୁ ‘ମୁସଲିମ୍‌ କାର୍ଡ’ ଖେଳିବା ରୂପେ ବର୍ଣ୍ଣନା କରିଛନ୍ତି। ଇନ୍ଦୋରର ଜଣେ ଧନୀ ଓକିଲଙ୍କୁ ୧୯୩୨ରେ ବିବାହ କରିଥିବା ଓ ୧୯୭୫ରେ ସ୍ବାମୀ ପରିତ୍ୟକ୍ତ ହୋଇଥିବା ୬୨ ବର୍ଷୀୟା ଶାହବାନୋ ୧୯୭୮ରେ ଭରଣ ପୋଷଣ ଦାବି କରି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଇନ୍ଦୋରର ଅଦାଲତରେ ତାଙ୍କର ଆବେଦନର ବିଚାର ହୋଇ ରାୟ ଶୁଣାଯିବା ମାତ୍ରେ ସେଇ ଅଦାଲତ ପରିସରରେ ଏକ ଅଭାବିତ ଘଟଣା ଦେଖିବାକୁ ମିଳିଥିଲା। ବିଚାରପତି ଯେମିତି ଶୁଣାଣି ସମୟରେ ମତବ୍ୟକ୍ତ କଲେ ଯେ ମୁସଲମାନ ବ୍ୟକ୍ତିଗତ ଆଇନ୍‌ (ମୁସଲିମ୍‌ ପର୍ସନାଲ୍‌ ଲ’) ଅନୁସାରେ ଶାହବାନୋ ତାଙ୍କ ସ୍ବାମୀଙ୍କ ଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର, ତାଙ୍କର ସ୍ବାମୀ ତତ୍‌କ୍ଷଣାତ୍‌ ସେଇ ଅଦାଲତ ଭିତରେ ଶାହବାନୋଙ୍କୁ ମୌଖିକ ଭାବରେ ‘ତିନି ତଲାକ୍‌’ ଦେଇଦେଲେ। ସୁପ୍ରିମକୋର୍ଟ ମଧୢ ଶାହବାନୋଙ୍କ ସପକ୍ଷରେ ରାୟ ଦେବା ପରେ ରାଜୀବ ଗାନ୍ଧୀ ମୌଳବାଦୀ ମୁସଲମାନମାନଙ୍କୁ ତୁଷ୍ଟ କରିବା ପାଇଁ ତାହାକୁ ଆଇନ ଦ୍ବାରା ଓଲଟାଇ ଦେଲେ, ଯାହା ଏବେ କ˚ଗ୍ରେସ ପାଇଁ ଗଭୀରତମ ତୁଷ୍ଟୀକରଣ କଳଙ୍କ ହୋଇରହିଛି। ବିଚାରୀ ଶାହବାନୋ ଆଉ ଭରଣପୋଷଣ ପାଇଲେ ନାହିଁ।

ଯଦି ଆଜି ଦିନରେ ଶାହବାନୋ ନ୍ୟାୟ ପାଇଁ ଇନ୍ଦୋରର ସେହି ଅଦାଲତର ଦ୍ବାରସ୍ଥ ହୁଅନ୍ତେ ତେବେ ତାଙ୍କ ସ୍ବାମୀ ମହମ୍ମଦ ଅହମ୍ମଦ୍‌ ଖାନ୍‌ ତାଙ୍କୁ ଆଉ ସେଦିନ ଭଳି ତିନି ତଲାକ ଦେଇ ପାରନ୍ତେ ନାହିଁ। କାରଣ ବିଗତ ୧୯ ମାସ ଧରି ତିନିଥର ଲୋକସଭାରେ ପାରିତ ହେବା ପରେ ମଧୢ ରାଜ୍ୟସଭାରେ ପାରିତ ହୋଇପାରିନଥିବା ତିନି ତଲାକ୍‌ ନିଷେଧ ପାଇଁ ଉଦ୍ଦିଷ୍ଟ ବିଲ୍‌ ଏବେ ରାଜ୍ୟସଭାରେ ମଧୢ ପାରିତ ହେବାରେ ସଫଳ ହୋଇ ବିଧିବଦ୍ଧ ଆଇନ୍‌ରେ ପରିଣତ ହୋଇଛି। ଏଥିପାଇଁ ଆଉ ଅଧୢାଦେଶର ଆବଶ୍ୟକତା ନାହିଁ।

ଗତ ମଙ୍ଗଳବାର ଦିନ ରାଜ୍ୟସଭା ଏହି ‘ମୁସଲିମ୍‌ ଵିମେନ୍‌ (ପ୍ରୋଟେକ୍‌ସନ ଅଫ୍‌ ରାଇଟ୍‌ସ ଅନ୍‌ ମ୍ୟାରେଜ୍‌) ବିଲ୍‌, ୨୦୧୯’ ୯୯-୮୪ ଭୋଟରେ ପାରିତ ହେବା ଭାରତରେ ମୁସଲମାନ ମହିଳାଙ୍କୁ ସଶକ୍ତୀକରଣ ଦୃଷ୍ଟିରୁ ଯେତିକି ଗୁରୁତ୍ବପୂର୍ଣ୍ଣ, ପାର୍ଲିଆମେଣ୍ଟରେ ଶାସକ ଦଳ ଭାରତୀୟ ଜନତା ପାର୍ଟିର ସଶକ୍ତୀକରଣ ଦୃଷ୍ଟିରୁ ତା’ଅପେକ୍ଷା କିଛି କମ୍‌ ଗୁରୁତ୍ବବହନ କରି ନ ଥାଏ। କେବଳ ତିନି ତଲାକ୍‌ ବିଲ୍‌ ନୁହେଁ ନରେନ୍ଦ୍ର ମୋଦୀ ସରକାରର ପ୍ରଥମ ପାଳିରେ ଏହାର ଅଧିକା˚ଶ ନୀତିଗତ ସ˚ସ୍କାର ଉଦ୍ୟମ ରାଜ୍ୟସଭା ପ୍ରତିବନ୍ଧ ଅତିକ୍ରମ କରିବାରେ ବିଫଳ ହୋଇଥିଲା। ତିନି ତଲାକ୍‌ ବିଲ୍‌କୁ ଏହି ବିଫଳତାର ମୁଖ୍ୟ ପ୍ରତୀକ ରୂପେ ବିଚାର କରାଯାଇଥାଏ। ସେତେବେଳେ ଏହି ବିଲ୍‌କୁ ବିରୋଧ କରିବାରେ କ˚ଗ୍ରେସ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଅନ୍ୟ ଯେଉଁ ରାଜନୈତିକ ଦଳମାନେ କ˚ଗ୍ରେସ ଶିବିରରେ ଯୋଗ ଦେଇ ବିଲ୍‌କୁ ବିରୋଧ କରିଥିଲେ, ସେମାନଙ୍କ ମଧୢରେ ଥିଲେ ସମାଜବାଦୀ ପାର୍ଟି, ତୃଣମୂଳ କ˚ଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ବହୁଜନ ସମାଜ ପାର୍ଟି, ନେସନାଲିଷ୍ଟ କ˚ଗ୍ରେସ ପାର୍ଟି ଏବ˚ ତେଲୁଗୁଦେଶମ୍‌ ପାର୍ଟି ଆଦି। ଏଥର କିନ୍ତୁ ଏହି ଦଳମାନେ ରାଜ୍ୟସଭାରେ ଜାଣିଶୁଣି ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି, ଯାହାଦ୍ବାରା ଗୃହରେ ସ˚ଖ୍ୟାଗରିଷ୍ଠ ସମର୍ଥନ ଲାଭ କରି ତିନି ତଲାକ୍‌ ବିଲ୍‌ଟି ଅନାୟାସରେ ପାରିତ ହୋଇ ଯାଇପାରିଛି।

ଉପରଲିଖିତ ଦଳମାନଙ୍କ ମଧୢରୁ କେତେକ ଦଳର ସା˚ସଦ ବିଲ୍‌ ଉପରେ ମତଦାନ ସମୟରେ ଗୃହ ଛାଡ଼ି ଚାଲିଗଲେ, କେତେକ ବିଲ୍‌ ସପକ୍ଷରେ ମତଦାନ କଲେ ଏବ˚ ଅନ୍ୟ କେତେକ ସେ ସମୟରେ ଗୃହରୁ ଦୂରେଇ ରହିଲେ। ସେମାନଙ୍କର ଏଭଳି ଆଚରଣ କେବଳ ଯେ ବିରୋଧୀ ପକ୍ଷର ଶକ୍ତି ହ୍ରାସ ଘଟାଇଲା ତାହା ନୁହେଁ, ବିଲ୍‌ଟି ପାରିତ ହେବା ପାଇଁ ସ˚ଖ୍ୟାଗରିଷ୍ଠ ସମର୍ଥନ ଲାଭ ପାଇଁ ଆବଶ୍ୟକ ଭୋଟ୍‌ ସ˚ଖ୍ୟାରେ ହ୍ରାସ ଘଟାଇ ସରକାରୀ ପକ୍ଷର କାର୍ଯ୍ୟକୁ ସହଜ ମଧୢ କରି ଦେଲା। ଏଥିରୁ ମନେ ହୁଏ ଯେ ବୋଧହୁଏ ରାଜ୍ୟସଭାରେ ଭାଜପା/ଏନ୍‌ଡିଏ ନିକଟ ଭବିଷ୍ୟତରେ ସ˚ଖ୍ୟାଗରିଷ୍ଠ ସ୍ଥାନ ଦଖଲ କରିବା ପୂର୍ବରୁ ବିରୋଧୀ ଦଳମାନେ ସେ ଚିତ୍ରକୁ ସ୍ପଷ୍ଟ ରୂପେ ଦେଖିପାରି ଏବେ ଠାରୁ ଆତ୍ମସମର୍ପଣ କରିସାରିଲେଣି। ଗତ ନିର୍ବାଚନରେ ମେରୁଦଣ୍ତ ଭାଙ୍ଗି ଯାଇଥିବା କ˚ଗ୍ରେସ ସମଭାବାପନ୍ନ ବିରୋଧୀ ଦଳମାନଙ୍କୁ ନିଜ ପକ୍ଷରେ ରଖିବାର ସମସ୍ତ ଆକର୍ଷଣ ଓ କ୍ଷମତା ହରାଇ ସାରିଛି ବୋଲି ତିନି ତଲାକ୍‌ ବିଲ୍‌ର ରାଜ୍ୟସଭାରେ ଏପରି ସହଜ ବିଜୟରୁ ଧାରଣା ସୃଷ୍ଟି ହୋଇଥାଏ।

ଭାଜପା ଶିବିରରେ ଏହା ନିଶ୍ଚିତ ରୂପେ ଆତ୍ମବିଶ୍ବାସ ବହୁଗୁଣ ବୃଦ୍ଧି କରି ଦେଇଥିବ। ଆଉ ଯେଉଁସବୁ ଗୁରୁତ୍ବପୂର୍ଣ୍ଣ ବିଲ୍‌କୁ ଶାସକ ଦଳ ରାଜ୍ୟ ସଭାରେ ଅଟକି ଯିବା ଆଶଙ୍କାରେ ଆଗତ କରିବାକୁ ପଛଘୁଞ୍ଚା ଦେଉଥିଲା, ଏଥର ବୋଧହୁଏ ସେଭଳି ବିଲ୍‌ମାନ (କଶ୍ମୀର ଠାରୁ ଆରମ୍ଭ କରି ଭୂ-ଅର୍ଜନ ପର୍ଯ୍ୟନ୍ତ) ସ˚ସଦରେ ଉପସ୍ଥାପିତ ହେବା ଦେଖିବାକୁ ମିଳିପାରେ। ଗୋଟିଏ କଥା ସମସ୍ତେ ସ୍ବୀକାର କରିବେ ଯେ, ଶାସକ ଦଳ ବର୍ତ୍ତମାନ ସ˚ସଦରେ ଯେଉଁଭଳି ଦୃଢ଼ ସ୍ଥିତିରେ ଅଛି, ଏଥି ପୂର୍ବରୁ ସେପରି କେବେ ନ ଥିଲା। ତେବେ, ଏକ ପ୍ରଶ୍ନ ଉଠୁଛି ଯେ ତିନି ତଲାକ ନିଷେଧ ଆଇନ ପ୍ରଣୟନ ମୁସଲମାନ ମହିଳାମାନଙ୍କ ପାଇଁ ଏକ ବିଜୟ ଓ ଭାରତୀୟ ଜନତା ପାର୍ଟି ପାଇଁ ଏକ ବିଜୟ ହୋଇଥିବା ବେଳେ, ଯଦି ଶାହବାନୋ ଆଜି ବଞ୍ଚିଥାନ୍ତେ, ସେ ମଧୢ ଏ ନେଇ ବିଜୟ ଉଲ୍ଲାସ ଅନୁଭବ କରନ୍ତେ କି?

ବୁଧବାର ଦିନ ଏ ସମ୍ବନ୍ଧରେ ନିଜର ପ୍ରତିକ୍ରିୟା ପ୍ରଦାନ କରିଥିବା ଶାହବାନୋ (୧୯୯୨ରେ ପରଲୋକ ଗମନ କରିଛନ୍ତି)ଙ୍କର ନାତି ୪୫ ବର୍ଷୀୟ ଓକିଲ ଜୁବେର‌୍‌ ଅହମଦ୍‌ ଖାନ୍‌ଙ୍କ ମନ୍ତବ୍ୟରୁ ଏ ପ୍ରଶ୍ନର ଏକ ସମ୍ଭାବ୍ୟ ଉତ୍ତର ମିଳିପାରେ। ସେ କହିଛନ୍ତି ଯେ ତାଙ୍କର ପିତାମହୀ ଭରଣ ପୋଷଣ ଦାବି କରି ତାଙ୍କ ପିତାମହଙ୍କ ବିରୁଦ୍ଧରେ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ବିବାହ ବିଚ୍ଛେଦ ଘଟିଥିବା ମହିଳାମାନଙ୍କର ଭରଣପୋଷଣ ପ୍ରସଙ୍ଗ ଏବେବି ସେଇଭଳି ଗୁରୁତ୍ବବହନ କରିଥାଏ, ଯେଉଁଭଳି ସେତେବେଳେ ଥିଲା। ମଙ୍ଗଳବାର ଦିନ ତିନି ତଲାକ୍‌ ନିଷେଧ କରି ଯେଉଁ ଆଇନ ପ୍ରଣୟନ ହେବାରୁ ଏତେ ଆନନ୍ଦ ଉତ୍ସବ ପାଳନ କରାଯାଉଛି, ସେଥିରେ କିନ୍ତୁ ଭରଣପୋଷଣ ସମ୍ବନ୍ଧରେ ପଦଟିଏ ମଧୢ କିଛି କୁହାଯାଇ ନାହିଁ। ବିବାହ ବିଚ୍ଛେଦ ଘଟିଥିବା ମୁସଲମାନ ମହିଳାମାନେ ଆଜିବି ସେଇଭଳି ହତଭାଗିନୀ ଓ ଅସହାୟ, ଯେଉଁଭଳି ସେତେବେଳେ ଶାହବାନୋ ଥିଲେ। ତେଣୁ ଶାହବାନୋ ଯେ ଏ ବିଜୟ ଉଲ୍ଲାସରେ ଭାଗୀଦାର ହୁଅନ୍ତେ ନାହିଁ, ତାହା ନିଶ୍ଚିତ ବୋଲି କୁହାଯାଇପାରେ। କାରଣ ରାଜୀବ ଗାନ୍ଧୀ ଖେଳିଥିବା ମୁସଲିମ କାର୍ଡ ଏବେ ବି ବଳବତ୍ତର ଅଛି।


Leave a Reply

Your email address will not be published. Required fields are marked *