April 25, 2024

ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍‌ରେ ଧାରଣା

1 min read

ଆଜିର ଓଡିଶା (ତା୭|୪)-ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଶନିବାର ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଛି। ଲୋକଙ୍କୁ ସଚେତନ କରିବାକୁ ଲିଫ୍‌ଲେଟ୍‌ ମଧ୍ୟ ବଣ୍ଟାଯାଉଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ପ୍ରତିବାଦ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଥିବା ବେଳେ ଦେଶରେ ଏହା ବୃଦ୍ଧି ପାଉଛି। ପେଟ୍ରୋଲ ଓ ଡିଜେଲ ଦର ଜିଏସ୍‌ଟି ପରିସରଭୁକ୍ତ ହେଲେ ପେଟ୍ରୋଲ ଦଳ ବଢିବ ନା ନାହିଁ ତାହା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଦାବି କରିଛି। ପେଟ୍ରୋଲ ଓ ଡିଜେଲ ଦର ଗତ ୪ ବର୍ଷ ଭିତରେ ସର୍ବାଧିକ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.