April 16, 2024

‘ଫୋନି’ ପାଇଁ ରାଜଧାନୀରେ ହନ୍ତସନ୍ତ ଛାତ୍ରଛାତ୍ରୀ

1 min read
students-are-affected-by-cyclone-fani-in-capital-Aajira-Odisha

ଆଓରି-ଭୁବନେଶ୍ଵର(୦୬/୦୫) : ବାତ୍ୟା  ଫୋନି ପରେ ବେହାଲ ହୋଇ ପଡିଛି ରାଜଧାନୀ ଭୁବନେଶ୍ୱର । ଛାତ୍ରଛାତ୍ରୀଙ୍କ ଅବସ୍ଥା ନକହିଲେ ଭଲ । ଗତ ୩ ଦିନ ହେଲା ନା ମିଳୁଛି ପାଣି , ନା ଖୋଲୁଛି ଏଟିଏମ, ନା ଖାଇବାକୁ କିଛି ମିଳୁଛି । ଅନେକ ଭୁବନେଶ୍ୱର ଛାଡି ଘରକୁ ପଳାଇ ଯାଉଥିବା ବେଳେ  ପାନୀୟ ଜଳ , ବିଜୁଳି ଓ ମୋବାଇଲ ନେଟୱାର୍କ ଭଳି ଅତ୍ୟାବଶ୍ୟକୀୟ ସୁବିଧାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀମାନେ ଅତିଷ୍ଟ ହୋଇପଡିଲେଣି  ।

ଭୁବନେଶ୍ୱର ରେଳଷ୍ଟେସନର ଟିକଟ କାଉଂଟରରେ ଭିଡ଼ ଜମୁଛି । ରେଳଷ୍ଟେସନ ଅବା ସୂଚନା କେନ୍ଦ୍ର ସବୁଠି ଏବେ ଲମ୍ବା ଲାଇନ । ନିଜ ନିଜ ଘରକୁ ଫେରିବା ପାଇଁ  ଷ୍ଟେଷନରେ ଭିଡ ଜମାଇଥିବା ବେଳେ ଟ୍ରେନ ଗୁଡିକ କ୍ୟାନସେଲ ହୋଇଯାଇଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ।

ବସ୍‌ ଷ୍ଟପରେ ବି ଭିଡ଼। ସବୁ ଛକରେ ଘରକୁ ଯିବା ପାଇଁ ଛାତ୍ରଛାତ୍ରୀ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ବାତ୍ୟା ଫୋନି ପୁରା ରାଜଧାନୀକୁ ଉଜାଡି ଦେଇଛି । ୩ ଦିନ ହେଲା ପୁରା ଅନ୍ଧାରରେ ରହୁଛନ୍ତି ରାଜଧାନୀ ବାସୀ । ସରକାର ମଧ୍ୟ ଅତିଶୀଘ୍ର ସବୁକିଛି ଠିକ କରିଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଛନ୍ତି । ତେବେ ସବୁକିଛି ସ୍ୱଭାବିକ ହେଲେ ପୁଣି ଛାତ୍ରଛାତ୍ରୀ ଭୁବନେଶ୍ୱର ଫେରିବେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.