April 25, 2024

ତାଜମହଲ ଅଞ୍ଚଳ ହେବ ନୋ ପ୍ଲାଷ୍ଟିକ୍‌ ଜୋନ୍‌

1 min read

 ଆଓରି-ନୂଆଦିଲ୍ଲୀ(୨୫/୭) :ବିଶ୍ଵର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରେ ତାଜମହଲ ସ୍ଥାନ ପାଇଛି | ହେଲେ ତାହାର ପରିବେଶ ଦିନକୁ ଦିନ ଖରାପ ହେବାକୁ ଲାଗୁଛି, କାରଣ ସେଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଜର ବ୍ୟବହୃତ ପ୍ଲାଷ୍ଟିକକୁ ଫିଙ୍ଗି ପରିବେଶର ସୌନ୍ଦର୍ଜ୍ୟକୁ ନଷ୍ଟ କରୁଛନ୍ତି | ତାଜମହଲ ଅଞ୍ଚଳକୁ ନୋ ପ୍ଲାଷ୍ଟିକ୍‌ ଜୋନ୍‌ ଭାବେ ଘୋଷଣା କରିବା ଲାଗି ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ପ୍ରଥମ ଡ୍ରାଫ୍ଟ୍‌ ରିପୋର୍ଟ ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ତାଜମହଲର ସୁରକ୍ଷା ଲାଗି ସମଗ୍ର ଅଞ୍ଚଳରେ ଥିବା ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପ ସଂସ୍ଥାକୁ ବନ୍ଦ କରାଯିବା ଆବଶ୍ୟକ। ଏହି ଆବେଦନ ବିଚାରପତି ଏମ୍‌.ବି. ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କଠାରେ ଦାଖଲ କରାଯାଇଛି। ଜୁଲାଇ ୧୧ରେ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ଭର୍ସନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତରବରିଆ ଭାବେ ଏପରି କରିଥିବା କୁହାଯାଉଛି। ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରେ ତାଜମହଲ ସ୍ଥାନ ପାଇଛି |

 

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.