Fri. Sep 18th, 2020

ତେଲେଙ୍ଗାନା ଗୃହମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ

1 min read

ଆଓରି-ନୂଆଦିଲ୍ଲୀ(୨୯/୦୬) : ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମାମୁଦ ଅଲି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ରବିବାର ରାତିରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମହମ୍ମଦଙ୍କୁ ଭର୍ତ୍ତି କରାଯାଇଛି ।

ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜୁନ 25ରେ ଶ୍ରୀଯୁକ୍ତ ଅଲି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହରିଥା ହରାମରେ ବିଭିନ୍ନ ପୋଲିସ ଅଧିକାରୀଙ୍କ ସହ ଯୋଗ ଦେଇଥିଲେ ।

ତେଲେଙ୍ଗାନାର ପ୍ରଥମ ମନ୍ତ୍ରୀ ଅଲି ଯିଏକି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅଲିଙ୍କ ବ୍ୟତୀତ ତେଲଙ୍ଗାନାର ଶାସକ ଦଳର ଅନ୍ୟ 3 ବିଧାୟକ ମଧ୍ୟ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.