Fri. Sep 18th, 2020

ଆସନ୍ତା ସେପ୍ଟେମ୍ବର ମାସ‌ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ବିଭାଗ ପରୀକ୍ଷା ଫଳ

1 min read
+2 Result of Arts in Odisha

ଆଓରି-ଭୁବନେଶ୍ଵର(୨୫/୦୮) : ଯୁକ୍ତ ୨ କଳା ବିଭାଗ ପରୀକ୍ଷା ଫଳ ଆସନ୍ତା ସେପ୍ଟେମ୍ବର ମାସ‌ରେ ପ୍ରକାଶ ପାଇବ। ଏଥି ସହ ଧନ୍ଦାମୂଳକ ପରୀକ୍ଷା ଫଳ ବି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏଠି କହିରଖୁଛୁ ଯେ, ପୂର୍ବରୁ ଚଳିତ ଅଗଷ୍ଟ ମାସରେ ଫଳ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଏହା ଏବେ ଆସନ୍ତା ସେପ୍ଟେମ୍ବର ମାସ‌ରେ ପ୍ରକାଶ ପାଇବ ।

ଏଠାରେ ଉଲ୍ଲେଖଯୋଗ୍ୟ କି ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷାଫଳ ପ୍ରକାଶ ପାଇଛି। କଳା ଓ ଧନ୍ଦମୂଳକ ଶିକ୍ଷା ବିଭାଗର ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ଏବେ ଚୂଡ଼ାନ୍ତ ପର୍ଯ୍ୟାୟ‌ରେ ପହଞ୍ଚିଛି। ମୂଲ୍ୟାୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ କରାଯିବ ଓ ଅଗଷ୍ଟ ଶେଷ ସପ୍ତାହରେ ଫଳ ପ୍ରକାଶ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.