Wed. Jul 15th, 2020

ସଟ୍‌ଡାଉନ ହେଲା ବୁର୍ଲା ବିର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ

1 min read
Veer Surendra sai Institute

ଆଓରି-ଭୁବନେଶ୍ଵର(୦୧/୦୭) : ସଟ୍‌ଡାଉନ ହେଲା ବୁର୍ଲା ବିର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ । ଭିସୁଟରେ କାର୍ଯ୍ୟରତ ଜଣେ ଅଧ୍ୟାପିକାଙ୍କ ସ୍ୱାମୀ ଗତକାଲି କୋରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବିଶ୍ୱବିଦ୍ୟାଳୟକୁ ସିଲ କରିଦେଇଥିଲେ । ଆଜି ବିଶ୍ୱବିଦ୍ୟାଳୟ ଆଲୁମିନି ହାଉସ ଠାରେ ବିଶ୍ୱବିଦ୍ୟାଳୟ ଅଧିକାରୀଙ୍କ ଏକ ଜରୁରୀ ବୈଠକ ହୋଇଥିଲା ।

ବୈଠକରେ ଆଜି ଠାରୁ ଆସନ୍ତା ୩ ଜୁଲାଇ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଆଞ୍ଚଳିକ ସଟଡାଉନ ଘୋଷଣା କରାଯାଇଛି । ଏହା ସହିତ ବୁର୍ଲା ଅଗ୍ନିଶମ ବିଭାଗ ଦ୍ଵାରା ଏହି ଅଞ୍ଚଳକୁ ବିଶୋଧନ କରାଯାଉଛି । ସୂଚନା ଯୋଗ୍ୟ ଯେ ସମ୍ପୃକ୍ତ ଅଧ୍ୟାପିକା ଓ ତାଙ୍କ ଘରେ କାର୍ଯ୍ୟରତ ଚାକରାଣୀକୁ କରେଣ୍ଟିଂଇନରେ ରଖାଯାଇଛି । ଏବଂ ଉଭୟଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଛି ।

Leave a Reply

Your email address will not be published. Required fields are marked *