Fri. Aug 23rd, 2019

୭୦ ବର୍ଷ ଭିତରେ ରାମମନ୍ଦିର ପ୍ରତିଷ୍ଠା ପାଇଁ ନିଆଯାଇଥିବା ପଦକ୍ଷପ ଯଥେଷ୍ଟ ନଥିଲା ; ନରେନ୍ଦ୍ର ମୋଦୀ

1 min read
PM-Narendra-Modi-Told-Ram-Mandir-Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୦୧) : ଅଦାଲତଙ୍କ ରାୟ ପରେ ଅଧ୍ୟାଦେଶ । ରାମ ମନ୍ଦିର ପ୍ରସଙ୍ଗରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । କହିଲେ ଦେଶରେ ଦୀର୍ଘ ୭୦ ବର୍ଷ ଧରି ଯେଉଁମାନେ ଶାସନ କରି ଆସୁଛନ୍ତି ସେମାନେ ରାମ ମନ୍ଦିର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଇ ନାହାନ୍ତି ବୋଲି କହିବା ଠିକ୍‌ ହେବ ନାହିଁ । ୭୦ ବର୍ଷ ମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଛି କିନ୍ତୁ ତାହା ଯଥେଷ୍ଟ ନଥିଲା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବୋଲି ମୋଦୀ ବ୍ୟକ୍ତ କରିଛନ୍ତି ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ସବୁ ନ୍ୟୟିକ ବ୍ୟବସ୍ଥା ରହିଛି ବା ନ୍ୟୟିକ ସ୍ତରରେ ଯେଉଁ ସବୁ ସମାଧାନ ହେବା ଉଚିତ୍‌ ସେଥିରେ କଂଗ୍ରେସ ବାଧା ସୃଷ୍ଟି କରୁଛି । କଂଗ୍ରେସର ବଡ଼ ବଡ଼ ଓକିଲ ମାନେ ଏହି ନ୍ୟାୟିକ ସମାଧାନର ବାଟ ଓଗାଳୁଥିବାରୁ ଏହି କାର୍ଯ୍ୟ ଧିମେଇ ଯାଇଛି । ଫଳରେ ରାୟ ପ୍ରକାଶ ଦିଗରେ ବିଳମ୍ବ ହେଉଛି ବୋଲି କହିଛନ୍ତି ମୋଦି ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବା ଆଶା ରଖି ଦେଶର ଜନତା ମୋଦୀଙ୍କୁ ଭୋଟ ଦେଇଥିଲେ । ଦେଶବାସୀଙ୍କ ମନରେ ଆଶା ଥିଲା, କେବଳ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ହେଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିବ । ଏଭଳି ସାହସିକ ପଦକ୍ଷେପ କେବଳ ମୋଦି ହିଁ ନେଇପାରିବେ । ଏଭଳି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ । ମୋହନ ଭାଗବତ ଏକ ଗଣମାଧ୍ୟକକୁ ସାକ୍ଷାତକାରରେ ଏଭଳି କହିଛନ୍ତି ।

ସଂଘର ସହାୟକ, ଦତ୍ତାତ୍ରେୟ ହୋସବାଲେ ପ୍ରଧାନମନ୍ତ୍ରୀଙ୍କ ଏକ ବୟାନ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁଥିରେ ସେ କହିଥିଲେ ଯେ, ରାମ ମନ୍ଦିର ନିର୍ମାଣ ପାଇଁ ସରକାରଙ୍କ ତରଫରୁ କୌଣସି ସମୟରେ ଆଇନଗତ ପ୍ରକ୍ରିୟା ପରେ ଆରମ୍ଭ ହୋଇପାରେ । ସୁପ୍ରିମକୋର୍ଟରେ ଏହି ମାମଲା ଜାନୁଆରୀ ୪ରେ ଶୁଣାଣୀ ହେବ । ମୋଦୀ ୨୦୧୪ ନିର୍ବାଚନ ଘୋଷଣାପତ୍ରରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ସମ୍ବିଧାନରେ ସମସ୍ତ ପ୍ରକାର ପ୍ରଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *