Wed. May 22nd, 2019

ଆଜିର ରାଶିଫଳ

Aajira-Odisha

ମେଷ : ଆଜିର କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ । ଭୁଲ୍‌ ବୁଝାମଣା କାରଣରୁ ଆତ୍ମୀୟମାନଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢିପାରେ । ସଭାସମିତି ଓ ବାଣିଜ୍ୟ,ବ୍ୟବସାୟ ଯଥାରୀତି ପୂର୍ବବତ୍‌ ଚାଲୁ ରହିବ। ଆର୍ଥିକ ଉନ୍ନତି, ବନ୍ଧୁମିଳନ ପାଇଁ ସୁଯୋଗର ସମ୍ଭାବନା ରହିଛି ।

ବୃଷ : କାମର ଚାପ ବଢିବାକୁ ନେଇ କଠୋର ପରିଶ୍ରମଜନିତ ପୀଡା ଅନୁଭବ କରିପାରନ୍ତି। ସକାଳୁ ସକାଳୁ ବ୍ୟସ୍ତତାର ସହ କରିଥିବା ଯାତା୍ରରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନ ଥାଇ ମଧ୍ୟ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ଆନୁଷ୍ଠାନିକ କାମରେ ଯୋଗଦେଇ ପାରନ୍ତି।

ମିଥୁନ : ସ୍ଥଗିତ କାମକୁ ପଡୋଶୀଙ୍କ ସହାୟତାରେ ସମ୍ପନ୍ନ କରିବାର ମଉକା ଜୁଟିବାର ସମ୍ଭାବନା ରହିଛି । ପାରିବାରିକ କ୍ଷେତ୍ରରେ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିପାରେ।

କର୍କଟ : ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରୁ ଦିନଟି ବହୁତ ଭଲରେ ଅତିବାହିତ ହେବ। ନୂତନ ସମ୍ପର୍କ, ଉଚ୍ଚ ସମ୍ମାନ ପ୍ରାପ୍ତି ମାଧ୍ୟମରେ ଦିନଟି ସ୍ମରଣୀୟ ରହିବ। ନିକଟ ଅତୀତର ସମସ୍ୟାଗୁଡିକର ସମୀକ୍ଷା କରି ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ମନସ୍ଥ କରିପାରନ୍ତି। ନିର୍ମାଣାଧୀନ ଗୃହକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ଆଶଙ୍କା ରହିଛି।

ସିଂହ : ଶନିଙ୍କ ପ୍ରଭାବରେ ସବୁ ଥାଇ ମଧ୍ୟ କିଛି ନ ଥିବା ପରି ନୈରାଶ୍ୟତା ମଧ୍ୟରେ ସମୟ କଟାଇବେ। ଆଜି ଯେମିତି ଚାହୁଁଛନ୍ତିି ଠିକ୍‌ ସେହିଭଳି କାମଗୁଡିକ ସମ୍ପନ୍ନ ହେବାରେ କୌଣସି ସୁବିଧା ଜୁଟି ନ ପାରେ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ପାରିବାରିକ ସ୍ଥିତି , ଆର୍ଥିକ ଉନ୍ନତି ପୂର୍ବପରି ବଳବତ୍ତର ରହିବ।

କନ୍ୟା : ପରିବାରରେ ରହିଆସିଥିବା ସମସ୍ୟାଜନିତ ଅଶାନ୍ତି ସୁପ୍ତ ଅବସ୍ଥାରେ ରହିଯିବ । ଚେଷ୍ଟା କରୁଥିବା କାମ ସକାଶେ ଆନୁଷଙ୍ଗିକ ସୁବିଧା ସୁଯୋଗ ସହକର୍ମୀଙ୍କ ଠାରୁ ପାଇପାରିବେ। ସାହିତ୍ୟ, କଳାରେ ସମସ୍ୟା ସମାଧାନ ହେବା ସାଙ୍ଗକୁ ଉଚ୍ଚ ପ୍ରଶଂସା ମଧ୍ୟ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଦ୍ୱିଗୁଣିତ ହେବା କ୍ଷେତ୍ରରେ ନିଜର ଅବହେଳା ହିଁ ମୁଖ୍ୟ କାରଣ ହେବାର ଆଶଙ୍କା ରହିଛି

ତୁଳା : ଦୈହିକ ସୁସ୍ଥତା, ଆର୍ଥିକ ଉନ୍ନତି, ସମସ୍ୟା ମୁକ୍ତ ପାରିବାରିକ ଜୀବନ ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ। ତଥାପି କୈାଣସି ବ୍ୟକ୍ତିଙ୍କ ଅନୁପସ୍ଥିତି କିମ୍ବା ଆତ୍ମୀୟଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ସାମୟିକ ବିଚଳିତ ଅନୁଭବ କରିବେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ।

ବିଛା : ଏକାଦଶସ୍ଥ ଚନ୍ଦ୍ର ଆପଣଙ୍କ ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିବା ସହ ଆଶା ଓ ଅଭିଳାଷ ପୂରଣ କରିବାରେ ସାହାଯ୍ୟ କରିବ। ପୂର୍ବ ସ୍ଥିରୀକୃତ ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସାମୂହିକ ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହୋଇପାରନ୍ତି।

ଧନୁ : ଶନି ଓ ରାହୁଙ୍କ ପ୍ରଭାବରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ଜନିତ କୌଣସି ପାରିବାରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସାଂସ୍କୃତିକ ଉତ୍ସବ ନିମନ୍ତେ ଅନୁରୋଧପତ୍ର ପାଇ ଆନନ୍ଦ ଅନୁଭବ କରିପାରନ୍ତି। ବ୍ୟବସାୟ ବହୁମୁଖୀ ଆକାର ଧାରଣ କରି ଲାଭବାନ ହେବେ। ଆରୋଗ୍ୟଲାଭ, ଶୁଭଖବର ପ୍ରାପ୍ତି ପ୍ରଭୃତି କେତେକ ଶୁଭଫଳ ମଧ୍ୟ ପାଇବେ ।

ମକର : ପରିସ୍ଥିତିର ବିଷମତା କାରଣରୁ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବାର ସୂଚନା ମିଳିପାରେ। ଯାତ୍ରା ସମୟରେ ସତର୍କତା ଅଭାବରୁ ଆଘାତ ଲାଗିବାର ସୂଚନା ରହିଛି। ବନ୍ଧୁମିଳନ ପରିସରରେ କୌଣସି ଅଜଣା ଲୋକଟି ଦ୍ୱାରା ତର୍କବିତର୍କ କିମ୍ବା ହଇରାଣ ହରକତ ହେବାକୁ ପଡିପାରେ। ବ୍ୟବସାୟିକ ଦୃଷ୍ଟିକୋଣରୁ କିମ୍ବା ନୂତନ କର୍ମାରମ୍ଭ ସକାଶେ ଦିନଟି ବହୁତ ଭଲ।

କୁମ୍ଭ : ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। କିନ୍ତୁ ନୀଚ ମନୋଭାବାପନ୍ନ ବ୍ୟକ୍ତିବିଶେଷଙ୍କ ସହ ଯୁକ୍ତିତର୍କ କରି ପରିଶେଷରେ ଅପଦସ୍ଥ କିମ୍ବା ଅସମ୍ମାନିତ ହୋଇପାରନ୍ତି। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ ।

ମୀନ : ଆତ୍ମୀୟସ୍ବଜନ କିମ୍ବା ହିତୈଷୀଙ୍କ ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ । ବିବାଦୀୟ ଘଟଣାରେ ଟେନ୍ସନ ଲାଗି ରହିବ। ବନ୍ଧୁଙ୍କ ସହ ଆଲୋଚନା ପରିପ୍ରେକ୍ଷୀରେ ଛୋଟ କଥାକୁ ମୋଟ କରି କଳହକୁ ଆମନ୍ତ୍ରଣ କରିପାରନ୍ତି।

Leave a Reply

Your email address will not be published. Required fields are marked *

Copyright © All rights reserved. | Newsphere by AF themes.