April 25, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜି ଚାରୋଟି ଗ୍ରହ ଭାଗ୍ୟ ସ୍ଥାନରେ ଥିବାରୁ ସମ୍ମାନ ଓ ସହଯୋଗର ସହ ପ୍ରତ୍ୟେକ କାମକୁ ସହଜରେ ସମ୍ପନ୍ନ କରିପାରିବେ । କାର୍ଯ୍ୟଦକ୍ଷତା କାରଣରୁ ସାମାଜିକ ସ୍ତରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପ୍ରତ୍ୟେକ କଥାରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯଦ୍ଦ୍ବାରାକି ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ ।

ବୃଷ : ଧନସ୍ଥାନ ପ୍ରତି ଏକାଧିକ ଗ୍ରହଙ୍କ ଦୃଷ୍ଟି , ଆପଣଙ୍କ ଓଜନଦାର କଥା ଅନ୍ୟମାନଙ୍କୁ ଆକର୍ଷିତ କରିବ। ଅର୍ଥସମ୍ପର୍କ, ଆନୁଷ୍ଠାନିକ କାମ ଓ ବନ୍ଧୁଙ୍କ ସହ ଆଲୋଚନାରେ ଅଗ୍ରଗତି ଘଟିବ। ହାତରୁ ଖାଇ ପର ପାଇଁ ଖଟି ପଶ୍ଚାନ୍ତେ ଅନୁତାପ କରିବେ। ପଡୋଶୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି, ବରଂ ଉପକୃତ ହେବେ।

ମିଥୁନ : ରାଶି ପ୍ରତି ଆଜିର ଗ୍ରହଦୃଷ୍ଟି କାର୍ଯ୍ୟହାସଲ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ସୃଷ୍ଟିକରିବ। କୌଣସି ବନ୍ଧୁଙ୍କ ସହ ସାଧାରଣ କଥାକୁ ନେଇ ଯୁକ୍ତିତର୍କ ଓ କଳହର ସୂଚନା ମଧ୍ୟ ରହିଛି। କିନ୍ତୁ ପୂର୍ବରୁ ଲାଗିରହିଥିବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ଅସାବଧାନତା କାରଣରୁ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ।

କର୍କଟ : ପାରିବାରିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବା ସହ ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟହାସଲ କରିପାରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱାସନା ହେତୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶନି ଓ କେତୁଙ୍କ ସ୍ଥିତିଜନିତ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି, ବ୍ୟବସାୟରେ ସମସ୍ୟା ଓ ବନ୍ଧୁଙ୍କ ସହ ଝଗଡ଼ାର ଆଶଙ୍କା ରହିଛି।

ସିଂହ : ସହକର୍ମୀଙ୍କ ସହାୟତା ନେଇ କର୍ମକ୍ଷେତ୍ରର ସ୍ଥଗିତ କାମକୁ ସମ୍ପନ୍ନ କରିବେ। ଅର୍ଥନୈତିକ, ସାମାଜିକ ଓ ପାରିବାରିକ ସ୍ଥିତି ଭଲ ରହିବ। ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ କିନ୍ତୁ ପ୍ରଶାସନିକ ସ୍ତରରେ ସମସ୍ୟା ସୁଧୁରି ନ ପାରେ। ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ଶିଳ୍ପ, ବାଣିଜ୍ୟ, ସଭାସମିତି ଓ ଆନୁଷ୍ଠାନିକ କାମରୁ ସମସ୍ୟା ଦୂରେଇଯିବ।

କନ୍ୟା : କର୍ମାଧିପ କର୍ମସ୍ଥାନକୁ ଦୃଷ୍ଟି ଦେଉଥିବାରୁ ଆଜି ଯେଉଁ କାମ ଆରମ୍ଭ କଲେ ମଧ୍ୟ ତାହା ନିର୍ବିଘ୍ନରେ ସମାପନ ହୋଇପାରିବ। ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶୁକ୍ରଙ୍କ ସୁପ୍ରଭାବରେ ସଙ୍ଗୀତ ସାଧନା, କ୍ରୀଡ଼ା, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।

ତୁଳା : ରାଶ୍ୟାଧିପ ଶୁକ୍ରଙ୍କ ସହ ଚନ୍ଦ୍ର ଓ ବୃହସ୍ପତି ଧନସ୍ଥାନସ୍ଥ ଯୋଗୁ ଅର୍ଥନୈତିକ କାରବାର, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଫଳପ୍ରଦ ହୋଇପାରିବ। ପ୍ରବଳ ଆମତ୍ବିଶ୍ୱାସ ଓ ନିରଳସ କର୍ମପ୍ରବାହ ମାଧ୍ୟମରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଶନିଙ୍କ ପ୍ରଭାବରେ ଟେକ୍ନିକାଲ, ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ଅଧ୍ୟାତ୍ମିକତା ପ୍ରତି ରୁଚି ବୃଦ୍ଧିପାଇବ।

ବିଛା : ଚିନ୍ତାଧାରା ମହତ ହେଲେ ମଧ୍ୟ କାର୍ଯ୍ୟଧାରାର ବ୍ୟତିକ୍ରମ ଜନିତ ସୁଯୋଗ ହରାଇପାରନ୍ତି। ମୁଖଭାବରେ ଶନିଙ୍କ ସହ ଅନ୍ୟଗ୍ରହଙ୍କ ସଂଯୋଗ ପାରିବାରିକ ଅଶାନ୍ତି କିମ୍ବା ଲୋକସମ୍ପର୍କ ହ୍ରାସ କରାଇପାରେ। କୃଷି, ବାଣିଜ୍ୟ, ରାଜନୀତିରେ ଚେଷ୍ଟା ସଫଳ ହେବାସହ ଯାତ୍ରା ଓ ବାଣିଜ୍ୟରେ ଅଶାଜନକ ଫଳ ପାଇବେ ।

ଧନୁ : ପାପଗ୍ରହମାନେ ରାଶିରେ ଅବସ୍ଥାନ କରି ଶାରୀରିକ ଓ ମାନସିକ ସ୍ଥିତିକୁ ନିରୁସତ୍ାହିତ କରିପାରନ୍ତି। ବ୍ୟୟାଧିପ ମଙ୍ଗଳ ଚତୁର୍ଥସ୍ଥ ହେତୁ ପାରିବାରିକ ବ୍ୟତିକ୍ରମ କେତେକାଂଶରେ ଟେନସନ୍‌ ସୃଷ୍ଟିକରିବ । ସଭାସମିତି, ରାଜନୀତି, କଳା, ସାହିତ୍ୟ ପାଇଁ ଦିନଟି ଭଲ। କର୍ମକ୍ଷେତ୍ରରେ ଜଣେ ସହକର୍ମୀ ଅଥବା ସାମାଜିକ ସ୍ତରରେ ପ୍ରିୟବନ୍ଧୁଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇପାରନ୍ତି।

ମକର : କର୍ମାଧିପ ଏକାଦଶସ୍ଥ ହେତୁ ସାମାନ୍ୟ ସମସ୍ୟା ଦେଖାଦେଲେ ମଧ୍ୟ ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରିବେ। କେତୁଙ୍କ ପ୍ରଭାବରେ ମାନସିକ ଅସ୍ଥିରତା ପ୍ରାୟତଃ ଲାଗିରହିବ । ମଙ୍ଗଳ ତୃତୀୟଭାବସ୍ଥ ହୋଇ ଭାଇ,ବନ୍ଧୁ, ପରିବାରର ଶାନ୍ତି ଭଗ୍ନ ହୋଇପାରେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

କୁମ୍ଭ : ଚନ୍ଦ୍ର ବନ୍ଧୁକାରକ ବୁଧଙ୍କ ସହ ରହିଥିବାରୁ ଆପଣଙ୍କ କଥାକୁ ଅବିଶ୍ୱାସ କରି ମିତ୍ରମାନେ ସହଯୋଗର ହାତ ବଢାଇବାରେ ପଛେଇଯିବେ। ରାହୁ ଦ୍ୱାଦଶ ସ୍ଥାନକୁ ଦୃଷ୍ଟି ଦେଉଥିବାରୁ କାର୍ଯ୍ୟବ୍ୟସ୍ତତା ବୃଦ୍ଧିପାଇବା ସହ ଆକସ୍ମିକ ଦୂରଯାତ୍ରା କରିପାରନ୍ତି । କିନ୍ତୁ ଶୁଭଗ୍ରହ ପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଗତାନୁଗତିକ ରୀତିରେ ଗଡ଼ିଚାଲିବ।

ମୀନ : ରାଶିରେ ମଙ୍ଗଳ ମାଙ୍ଗଳିକ କାର୍ଯ୍ୟ ସକାଶେ କ୍ଷେତ୍ର ପ୍ରସ୍ତୁତ କରିପାରନ୍ତି। ପାରିବାରିକ ସମସ୍ୟା ଲାଗି ରହୁଥିବାରୁ ମାନସିକ ଅସ୍ଥିରତା ବଶତଃ ପ୍ରତ୍ୟେକ କାର୍ଯ୍ୟରେ ଛୋଟବଡ଼ ସମସ୍ୟାର ସମ୍ମୁଖୀନ ହେବେ। ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବଭଳି ରହିବ। ଅବଶ୍ୟ ବନ୍ଧୁଙ୍କ ଜରିଆରେ ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ପାଇବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.