ମେଷ : ଆଜି ଦିନଟିରେ ଆପଣଙ୍କ ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ବନ୍ଧୁ ମିଳନରେ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ଦୀର୍ଘଦିନରୁ ଲାଗି ରହିଥିବା ବିବାଦର ସମାଧାନ ରାସ୍ତା ସୁଗମ ହୋଇଯିବ। କଷ୍ଟ ସ୍ଵୀକାର କରି କାମଟିକୁ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିପାରନ୍ତି।
ବୃଷ : ପରିସ୍ଥିତି ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିପାରେ। ପାରିବାରିକ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି। ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କାମକରି କିଛିଟା ସଫଳତା ପାଇବେ।
ମିଥୁନ : ବନ୍ଧୁ କିମ୍ବା ସହକର୍ମୀଙ୍କ ଦ୍ୱାରା ଅଟକି ରହିଥିବା କାରଣରୁ ସେହିକଥା ଭାବି ଭାବି ଅନ୍ୟମନସ୍କ ରହିପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟିହେବାର ସମ୍ଭାବନା ରହିଛି। ଯାନବାହନ, ଜମିଜମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ। ପଡ଼ୋଶୀଙ୍କ ସହ ସାମାନ୍ୟ କାରଣରୁ ସମ୍ପର୍କ ହାନି ଘଟିପାରେ।
କର୍କଟ : କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବା ସାଙ୍ଗକୁ ଅଭିଳଷିତ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ। ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ନିଜର ଅଭିଜ୍ଞତା ବହୁମାତ୍ରାରେ ସାହାଯ୍ୟ କରିବ। ପ୍ରଶାସନ, ଆଇନ, ଅଦାଲତ, ସଭାସମିତି, ଆନୁଷ୍ଠାନିକ କାମରୁ ଉପକୃତ ହୋଇପାରନ୍ତି। ସାମୟିକ ପ୍ରତିବନ୍ଧକ କାରଣରୁ ଆଜିର କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ।
ସିଂହ : ପରିବାରରେ ଭୁଲ୍ ବୁଝାମଣା ବଢ଼ିଚାଲିଥିବାରୁ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି। ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚପ୍ରଶଂସା ମିଳିବ। ସାୟାହ୍ନେ ପରୋକ୍ଷ ଶତ୍ରୁତା କିମ୍ବା କ୍ରନିକ୍ ରୋଗଜନିତ ପୀଡ଼ାନୁଭବ କରିପାରନ୍ତି।
କନ୍ୟା : ଅତୀତର ବିବାଦକୁ କେନ୍ଦ୍ରକରି ମିତ୍ରମାନେ ପରୋକ୍ଷ ଶତ୍ରୁତା ଆଚରଣ କରିପାରନ୍ତି। କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବା କାରଣରୁ ମାନସିକ ସ୍ଥିରତା ରହି ନ ପାରେ। କର୍ମକ୍ଷେତ୍ରରେ ଟେନ୍ସନ ଦୂର ହେବା ସହ ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ଅବଶ୍ୟ ପ୍ରୀତିପଦ ହେବ।
ତୁଳା : କର୍ମକ୍ଷେତ୍ରରେ ସଫଳତା ହାସଲ କରିବାରେ ନିକଟସ୍ଥ ବନ୍ଧୁ ସାହାଯ୍ୟ କରିବେ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ପରିବାର ସଦସ୍ୟଙ୍କ ସ୍ଵାସ୍ଥ୍ୟ ଓ ସ୍ଵଭାବ ସମସ୍ୟାର କାରଣ ହୋଇଥିବାରୁ ବିଚଳିତ ହୋଇପାରନ୍ତି। ଆଲୋଚନା ପ୍ରସଙ୍ଗରେ ମତଦ୍ୱନ୍ଦ୍ୱ କିମ୍ବା ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା : କର୍ମକ୍ଷେତ୍ରରେ ଜଞ୍ଜାଳ ବୃଦ୍ଧି ଘଟିଥିବାରୁ ଆଶ୍ୱସ୍ତି ଅନୁଭବ କରିବେ। ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ନିଜ ପରିଜନ କିମ୍ବା ବନ୍ଧୁମାନଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ। ପିଲାମାନଙ୍କ ଲାଗି କିଛିଟା ଅନ୍ତର୍ଦ୍ୱନ୍ଦ୍ୱ ଦେଇ ଗତି କରିପାରନ୍ତି।
ଧନୁ : କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ହାସଲ ପାଇଁ ଚେଷ୍ଟାକରି ସଫଳତା ପାଇବେ। କୌଣସି ବ୍ୟକ୍ତିଠାରୁ କିଛି ଅସମର୍ଥିତ କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଏଥିଲାଗି ଜଣାଶୁଣା ବ୍ୟକ୍ତିଙ୍କ ପରାମର୍ଶ ମାନିଲେ ଉପକୃତ ହୋଇପାରିବେ। ଆଜିର ଯାତ୍ରା, ଆନୁଷ୍ଠାନିକ କାର୍ଯ୍ୟରେ ଖୁସି ଅନୁଭବ କରିପାରନ୍ତି।
ମକର : ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇଲେ ମଧ୍ୟ ସାମୟିକ ଅସ୍ଥିରତା ଦେଖାଦେବାର ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା ବିଫଳ ହେବନାହିଁ। ପରିବାରରେ ପରସ୍ପର ମତପାର୍ଥକ୍ୟ କାରଣରୁ ପାରିବାରିକ ଶାନ୍ତି ପାଇବେ ନାହିଁ। ବନ୍ଧୁମିଳନ, ସ୍ଥଗିତ କାର୍ଯ୍ୟ, ବିକ୍ରୟ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହୋଇପାରିବେ।
କୁମ୍ଭ : ଆଜି କର୍ମକ୍ଷେତ୍ରରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇ କାମ ହାସଲରେ ସାହାଯ୍ୟ କରିବେ। ପରିବାରରେ ପିଲାଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
ମୀନ : କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ସାମାଜିକ ସ୍ତରରେ ନୀଚବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧ ଦୂରେଇଯିବ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ।