April 25, 2024

ଆଜିର ରାଶିଫଳ

1 min read

ମେଷ: ଜରୁରୀ ସାକ୍ଷାତ୍‍କାର ଘଟିପାରେ। ଘାତଚନ୍ଦ୍ର ଭୋଗ ହେତୁ ସାବଧାନତାର ସହ ଚଳିାବକୁ ପଡ଼ିବ। ରୋଜଗାରର ମାତ୍ରା ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉତ୍ତମଭୋଜନ ମିଳିପାରେ।

ବୃଷ: ବହୁ ଶୁଭଫଳର ସଂକେତ ମିଳୁଛି। ଶୁଭକାର୍ଯ୍ୟରେ ଖର୍ଚ୍ଚ ବୃଦ୍ଧି କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ମିଷ୍ଟଭାଷୀ ହେବେ।

ମିଥୁନ: ସନ୍ତାନ ସୁଖ ମିଳିପାରେ। ସହକର୍ମୀଙ୍କୁ ପାଇ ଆନନ୍ଦ ଅନୁଭବ କରିବେ। ଭାଗ୍ୟଶାଳୀ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ଅସୁସ୍ଥତାର ଉପଶମ ହେବ। ସ୍ଥାନାଧିକାର କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ରହିବ।

କର୍କଟ: ଭ୍ରାତୃ ବିବାଦ ଦେଖା ଦେଇ ପାରେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସରକାରୀ ସ୍ତରରୁ ଧନଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରି ସୁଖୀ ହେବେ।

ସିଂହ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ଆନନ୍ଦ ଅନୁଭବ କରିବେ। ମନରେ ଭକ୍ତି ଭାବନା ଉଦୟ ହେବ। ଦିନଟି ମଉଜ ମଜଲିସ୍‍ରେ ଅତିବାହିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜଣେ ମହିଳାଙ୍କ ଦ୍ୱାରା ଉପକୃତ ହେବେ।

କନ୍ୟା: ବେଳେ ବେଳେ ଅନ୍ୟ ମନସ୍କ ରହିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ମନ ଓ ଦେହ ମାନ୍ଦା ରହିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଖୁବ୍‍ ସତର୍କତାର ସହ ଚଳିବାକୁ ପଡ଼ିବ। ବିଭିନ୍ନ ସ୍ତରରୁ ବହୁଧନ ମିଳିବାର ସୁଯୋଗ ଅଛି।

ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବନ୍ଧୁ ସହାୟତା ପାଇ ଲାଭବାନ ହୋଇପାରନ୍ତି। ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହେବେ। ଯାନବାହନଯୁକ୍ତ ହେବେ। ପରାକ୍ରମଶାଳୀ ଓ ବହୁ ପୋଷକ ହୋଇପାରନ୍ତି। ଗ୍ରାମାଧୀଶ ହେବେ।

ବିଛା: ଯାନବାହନ ଚଳାଚଳରେ ସତର୍କ ରହିବେ। କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ କରିବେ। କର୍ମକ୍ଷେତ୍ରରେ ବାତାବରଣ ଅନୁକୂଳ ରହିଛି। ଶତ୍ରୁନାଶ କରି ଆଶ୍ୱସ୍ତ ହେବେ। ଧନଭୋଗର ସୂଚନା ମିଳୁଛି। ଐଶ୍ୱର୍ଯ୍ୟ ପ୍ରାପ୍ତି ଓ ତେଜୀୟାନ ହେବେ।

ଧନୁ: ଆଜି ଦିନଟି ଲିମ୍ବ ପିତା ନ ଖାଇବା ଭଲ। ନିରବ ଚିନ୍ତନ ପଥ ପ୍ରଦର୍ଶକ ହେବ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିପାରନ୍ତି। ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସରକାରୀ ସ୍ତରରୁ ଅନୁଦାନ ପ୍ରାପ୍ତ ହୋଇପାରନ୍ତି।

ମକର: ସାମାନ୍ୟ ମାତ୍ରାର ଅଶାନ୍ତି ଅନୁଭବ କରିପାରନ୍ତି। କୌଣସି କାରଣରୁ ମାନ-ଅଭିମାନ କରିପାରନ୍ତି। ସାଧନାରେ ସିଦ୍ଧିଲାଭ କରିପାରନ୍ତି। ଅଶାନ୍ତିର ଅବସାନ ଘଟିବ ଓ ଶାନ୍ତି ଅନୁଭବ କରିବେ। ଶତ୍ରୁ ଆପଣାଛାଏଁ ଅପସରି ଯିବେ।

କୁମ୍ଭ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଦେବଦର୍ଶନ କରି ଆଶୀର୍ବାଦ ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ମିଷ୍ଟଭାଷୀ ହେବେ।

ମୀନ: ଲୋଭଗ୍ରସ୍ତ ହୋଇପାରନ୍ତି। ମଧ୍ୟମ ଧରଣର ଶୁଭଫଳ ମିଳିବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଦାନଶୀଳ ହେବେ। ଉପଭୋକ୍ତା ହୋଇପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ଧନଲାଭର ସୂଚନା ମିଳୁଛି। ସମ୍ମାନିତ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.