April 18, 2024

ଆଜିର ରାଶିଫଳ

1 min read

ମେଷ: ବନ୍ଧୁ ସହଯୋଗ ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆଗ୍ରହ ପ୍ରକାଶ କରିବେ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ଉପକୃତ ହେବେ।

ବୃଷ: ଗୃହ ଉପକରଣ ସଂଗ୍ରହ କରିପାରନ୍ତି। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ଭାଇମାନଙ୍କ ଉପରେ ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭପ୍ରାପ୍ତ ହେବ।

ମିଥୁନ: ମଙ୍ଗଳମୟ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‌ ଧନଲାଭ ହେବାର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ପତ୍ନୀଙ୍କ ସହାୟତା ମିଳିବ।

କର୍କଟ: ଶୁଭବାର୍ତ୍ତା ମିଳିପାରେ। ଉଦାର ସ୍ବଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସୁଖୀ ହେବେ। ବ୍ୟକ୍ତିତ୍ବର ବିକାଶ ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

ସିଂହ: ଗୃହ ପରିବେଶ ଆନନ୍ଦଦାୟକ ହେବ। ମନୋବଳ ଦୃଢ଼ ରହିବ। ଚିତ୍ତରେ ପ୍ରସନ୍ନତା ଲାଭ କରିବେ। କଥାବାର୍ତ୍ତା ସରଳ ଓ ନିରାଡ଼ମ୍ବର ହେବ। ଥଣ୍ଡା-କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ।

କନ୍ୟା: ରୋଜଗାର ଆଶାନୁରୂପ ହେବ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।

ତୁଳା: କାର୍ଯ୍ୟରେ ଆଗ୍ରହୀ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ୟ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ସୈନିକମାନେ ରଣାଙ୍ଗନରେ ପାରଙ୍ଗମ ହେବେ। ଭଲରେ ରୋଜଗାର ହେବ।

ବିଛା: ଗୃହ ପରିବେଶ ଆନନ୍ଦଦାୟକ ହେବ। କୌଣସି କାରଣରୁ ମନରେ ଉଦବେଗ ଜାତ ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତ ପ୍ରିୟ ହେବେ। ସରଳ ଓ ସ୍ନେହପୂର୍ଣ୍ଣ କଥାରେ ପରକୁ ନିଜର କରିବେ।

ଧନୁ: ଭୁଲ ସିଦ୍ଧାନ୍ତ ନେଲେ ଖର୍ଚ୍ଚାନ୍ତରେ ପଡ଼ିବେ। ଧନ-ଦ୍ରବ୍ୟ ଲାଭର ସୁଯୋଗ ସୃଷ୍ଟି ହୋଇଛି। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ କୃପା ମିଳିବ।

ମକର: ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟରେ ପାରଙ୍ଗମ ହେବେ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ, ଶ୍ରଦ୍ଧା ରହିବ।

କୁମ୍ଭ: ଦକ୍ଷତାର ଉପଯୋଗ କରିପାରନ୍ତି। ଆଶ୍ବସ୍ତି ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସପୂର୍ଣ୍ଣ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ।

ମୀନ: ଆନନ୍ଦ ଉତ୍ସବରେ ନିଜକୁ ସାମିଲ କରିପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି ଈର୍ଷା ପରାୟଣ ହେବାକୁ ବାଧ୍ୟ ହେବେ। ସ୍ବାଭିମାନୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ନିଷେଧ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.