April 16, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ: ସ୍ଥାନ ପରିବର୍ତ୍ତନ ଘଟିପାରେ। ସୁଖ, ସନ୍ତୋଷ ଲାଭ ହେବ। ଅପରାହ୍ଣରେ ଅଙ୍ଗ ପୀଡ଼ା ଦେଖା ଦେବ। ମନରେ ବିରକ୍ତି ଭାବ ଆସିବ; ତଥାପି ଜିତେନ୍ଦ୍ରୀୟ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଶାସ୍ତ୍ରଜ୍ଞ ହେବେ।

ବୃଷ: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି। ମନୋବଳ ଦୃଢ଼ ରହିବ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ଗୁରୁକୃପା ଲାଭ କରିବେ। ଗୁରୁଜନ ଓ ଭଗବାନଙ୍କ ଆଶୀର୍ବାଦ ପାଇବେ।

ମିଥୁନ: କାର୍ଯ୍ୟରେ ପୂର୍ଣ୍ଣ ସଫଳତା ମିଳିବ। ନିରବ ଭାବ ପ୍ରଦର୍ଶନ କରିପାରନ୍ତି। ଉପୁଜିଥିବା ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ଆଶାନୁରୂପ ଉନ୍ନତି ଘଟିବ।

କର୍କଟ: ପରିବାରର ସ୍ୱାର୍ଥ ସାଧନ ପାଇଁ କିଛି ଉନ୍ନତିକର କାର୍ଯ୍ୟ କରି ପାରନ୍ତି। କିଛି ଅକାର୍ଯ୍ୟ ପାଇଁ ଅନୁତପ୍ତ ହେବେ; ମାତ୍ର ବିଳମ୍ବରେ। ଚଞ୍ଚଳ ଚେଷ୍ଟିତ ହେବେ। ହଠାତ୍‍ କିଛି ଧନ ମିଳିବ।

ସିଂହ: ଚୋରି ଦ୍ରବ୍ୟର ସନ୍ଧାନ ମିଳିବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମିଥ୍ୟା ଖବର ପାଇ ଚିନ୍ତିତ ହୋଇପାରନ୍ତି। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଯଶସ୍ୱୀ ଓ କୀର୍ତ୍ତିମାନ ହେବେ।

କନ୍ୟା: ଧନ ସଞ୍ଚୟ ପାଇଁ ଉଦ୍ୟମ ଜାରି ରଖିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପ୍ରୀତି ଭାଷଣ ନେଇ ଜନମନ ସନ୍ତୁଷ୍ଟ କରିପାରନ୍ତି। ଧନଲାଭ ହୋଇପାରେ। ବୁଦ୍ଧି ଚାଳନା କରି ଅସାଧ୍ୟ ସାଧନ କରିବେ। ଅତି ସୁଖୀ ହେବେ।

ତୁଳା: ମନରେ ସରସତା ଆସିବ। କର୍ମକ୍ଷେତ୍ରରେ ପ୍ରଭୂତ ଉନ୍ନତି ଘଟିବ। ସୁସ୍ଥ ଓ ନିରାମୟ ରହିବେ। କୀର୍ତ୍ତିମାନ ହେବେ। ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବା ସହିତ ଆତ୍ମ ସନ୍ତୋଷ ଲାଭ କରିବେ। ଖାଇ-ଖୁଆଇବାରେ ଆଗ୍ରହ ପ୍ରକାଶ କରିବେ।

ବିଛା: ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବାର ସୁଯୋଗ ଉପସ୍ଥିତ। ଅପରାହ୍ଣରୁ ଶ୍ରୀଚନ୍ଦ୍ର ଭୋଗ ହେଉଥିବା ଯୋଗୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଯଦିଓ ଆଳସ୍ୟ ପରାୟଣ ହେବେ; ତଥାପି ଆଶାନୁରୂପ ରୋଜଗାର କରିବେ।

ଧନୁ: ଆର୍ଥିକ ସମସ୍ୟା ନେଇ ମନ ଦୁର୍ବଳ ରହିପାରେ। କେହି ପ୍ରତିଦ୍ୱନ୍ଦ୍ୱ୍ୱୀ ପଥରୋଧ କରିବାକୁ ଉଦ୍ୟମ ଚଳାଇ ବିଫଳ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ଉତ୍ତମମାନର ହେବ। ଦୀର୍ଘ ଦିନର ଆଶା ପୂରଣ ହେବ।

ମକର: କୌଣସି ଏକ ଘଟଣାରେ ଆଶାବାଦୀ ନ ହୋଇ ନିର୍ଲୋଭର ସହ କାର୍ଯ୍ୟ କରିପାରନ୍ତି। ମନରେ ପ୍ରସନ୍ନତା ଦେଖା ଦେବ। ଧନ ମିଳିବ। ସମ୍ମାନିତ ହେବେ। ସୁଖ ଭୋଗ କରିବେ। ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଲୋକପ୍ରିୟ ହେବେ।

କୁମ୍ଭ: ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବେ। କର୍ମକ୍ଷେତ୍ରରେ ବହୁ ସୁଫଳ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଅସୁସ୍ଥତାର ଉପଶମ ହେବ। କୀର୍ତ୍ତିମାନ ହେବେ। ଯୁବ ସୁଲଭ କାର୍ଯ୍ୟ କରି ସାମାଜିକ ସ୍ତରରେ ପ୍ରଶଂସା ପାଇବେ।

ମୀନ: ଉଦାସ ମନୋଭାବ ଗ୍ରହଣ କରିପାରନ୍ତି। ଆନନ୍ଦ ଉଲ୍ଲାସରେ ଦିନଟି ଅତିବାହିତ ହୋଇପାରେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କାର୍ଯ୍ୟ ବିଳମ୍ବିତ ହୋଇପାରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.