April 16, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ: ଦୂରଯାତ୍ରା କରିପାରନ୍ତି। ମାନ ଅଭିମାନ ଦୂର ହେବ। ସତ୍‍କର୍ମରେ ନିୟୋଜିତ ହୋଇପାରନ୍ତି। ଅକ୍ଳେଶରେ କାର୍ଯ୍ୟ ହାସଲ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧର୍ମ କାର୍ଯ୍ୟରେ ମନ ଦେବେ।

ବୃଷ: ଉତ୍ସାହ ଉଦ୍ଦିପନା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର କନ୍ୟାଜାତ ହୋଇପାରେ। ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ହେବେ। ପରଚର୍ଚ୍ଚାରୁ ବିରତ ହେବେ।

ମିଥୁନ: ମୂଲ୍ୟବାନ ଦ୍ରବ୍ୟ ମିଳିପାରେ। ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ। ଦିଅଁ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଭାଗ୍ୟବାନ ଓ କୁଳ ପ୍ରଧାନ ହେବେ। ଅର୍ଥ ମିଳିବ।

କର୍କଟ: ବନ୍ଧୁ ସହାୟତା ପାଇପାରନ୍ତି। ସୁଖ ସମ୍ମାନ ଲାଭ କରିବେ। ଆୟବୃଦ୍ଧିର ସୂଚନା ମିଳୁଛି। ଆକସ୍ମିକ ଭାବେ ଧନଲାଭ ହେବ। ମନ ପ୍ରସନ୍ନ ରହିବ। ବନ୍ଧୁମାନଙ୍କ ଦ୍ୱାରା ସମ୍ମାନିତ ହୋଇ ଖୁସି ହେବେ। ପ୍ରାଧାନ୍ୟ ବିସ୍ତାର କରିବେ।

ସିଂହ: ଯଶସ୍ୱୀ ହେବେ। ସମ୍ମାନିତ ହୋଇପାରନ୍ତି। ବିଳାସ ବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି। ଯେ କୌଣସି ସୂତ୍ରରୁ ଅର୍ଥାଗମ ହୋଇପାରେ। ଭଲ ଖବର ପାଇ ବ୍ୟତିବ୍ୟସ୍ତ ହେବେ। ଶତ୍ରୁ ବୃଦ୍ଧି ହେଲେ ବି ଅନିଷ୍ଟ ହେବନାହିଁ।

କନ୍ୟା: ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆବନ୍ଧୁ ଜୁଟି ପାରନ୍ତି।

ତୁଳା: ସୁଖ ସନ୍ତୋଷ ଲାଭ କରିପାରନ୍ତି। ମନୋବଳ ହ୍ରାସ ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ଭ୍ରାତୃଭାବ ଅତୁଟ ରହିବ। ଶ୍ରେଷ୍ଠ ପଦ-ପଦବୀରେ ଆରୂଢ଼ ହେବେ। ଶାସ୍ତ୍ର ବିଶାରଦ ହୋଇପାରନ୍ତି। ମହାଧନ ପ୍ରାପ୍ତିର ସୂଚନା ମିଳୁଛି।

ବିଛା: ସେବା ମନୋଭାବ ଗ୍ରହଣ କରିପାରନ୍ତି। ଦେବପୂଜାରେ ନିୟୋଜିତ ହେବେ। ପାରିବାରିକ ସୁଖ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଉନ୍ନତି ପଥରେ ଆଗକୁ ବଢ଼ିବେ। ଆର୍ଥିକ ସ୍ଥିତି ଦୃଢ଼ ହେବ। ବ୍ୟବସାୟରୁ ଲାଭ ମିଳିବ।

ଧନୁ: ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହେବେ। ପାରିବାରିକ ସୁଖ ମିଳିବ। ବିଭିନ୍ନ ସ୍ଥାନରୁ ଶୁଭ ଖବର ପାଇ ଖୁସି ହେବେ। ଧର୍ମ ଅନୁଷ୍ଠାନରେ ଯୋଗଦେଇ ଖୁସି ହେବେ। ବ୍ୟବସାୟ ଠିକ୍‍ ଚାଲିବ।

ମକର: ନିଜ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଶାନ୍ତି-ସନ୍ତୋଷ ଲାଭ କରିବେ। ଉନ୍ନତି ପଥରେ ଆଗକୁ ବଢ଼ିବେ। ଆନନ୍ଦ, ଉତ୍ସବରେ ଦିନଟି ଅତିବାହିତ ହେବ। ଅର୍ଥ ପ୍ରାପ୍ତ ହେବେ।

କୁମ୍ଭ: ଆପଣଙ୍କ କାର୍ଯ୍ୟ କଳାପରେ ଶତ୍ରୁ ଆପଣାଛାଏଁ ପଶ୍ଚାତ୍‍ପଦ ଦେବେ। ଆକସ୍ମିକ ସମସ୍ୟା ଦେଖାଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଧର୍ମକାର୍ଯ୍ୟରେ ମନ ଦେବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ବନ୍ଧୁ ମିଳନରେ ଉପକୃତ ହେବେ। ପୂଜାର୍ଚ୍ଚନାରେ ନିୟୋଜିତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.