April 20, 2024

ଆଜିର ରାଶିଫଳ

1 min read

Zodiac

ଆ.ଓ.ରି(ତା୨୩|୪)-

ମେଷ: ଅଯାଚିତ ସାହାଯ୍ୟ ମିଳିପାରେ। ତଥାପି କାର୍ଯ୍ୟ ବିଳମ୍ବିତ ହେବ। ମାନ-ମନାନ୍ତର ଘଟିପାରେ। କଥା ବାର୍ତ୍ତାରେ ସଂଯମ ନ ହେଲେ ବିବାଦଗ୍ରସ୍ତ ହୋଇପାରନ୍ତି। ସୁଖ ମିଳିବା କଷ୍ଟସାଧ୍ୟ। ମନ୍ତ୍ରଣାଦାତା ହୋଇପାରନ୍ତି।

ବୃଷ: ଯୋଗାଯୋଗ ଶୁଭଦାୟକ ହେବ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ଗୁରୁଜନମାନଙ୍କଠାରୁ ଆଦର ପାଇ ଖୁସି ହେବେ। ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଧନଲାଭ ହେବ।

ମିଥୁନ: ପାରିବାରିକ ସୁଖ ମିଳିବ। ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିପାରେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବାକ୍‍ପଟୁ ହେବେ।

କର୍କଟ: ଶତ୍ରୁ ସହିତ ମିଳା ମିଶା ହୋଇପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପକ୍ତି ଭୋଜନରେ ଆପ୍ୟାୟିତ ହେବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ପ୍ରୀତି ଲାଭ କରିିିପାରନ୍ତି। ଅର୍ଥ ଲାଭ ହେବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ସିଂହ: ମନ ଚଞ୍ଚଳ ରହିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କାର୍ଯ୍ୟ ପ୍ରାପ୍ତିରେ ବିଳମ୍ବ ଘଟିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସୌଭାଗ୍ୟଯୁକ୍ତ ଓ ସମ୍ମାନଯୁକ୍ତ ହୋଇପାରନ୍ତି।

କନ୍ୟା: ଅନ୍ୟକୁ ସାହାଯ୍ୟ କରି ଠକାମିରେ ପଡ଼ି ପାରନ୍ତି। ଆୟ ଆଶାନୁରୂପ ହେବ। ସାଧନାରେ ସିଦ୍ଧି ଲାଭ କରିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ ବନ୍ଧୁ ଦର୍ଶନ ମିଳିବ। ବିଭାଗୀୟ ଅର୍ଥ ମିଳିବ।

ତୁଳା: କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି। ମନରେ ପ୍ରସନ୍ନତା ଆସିବ। ଦେବାର୍ଚ୍ଚନା କରିପାରନ୍ତି। ବ୍ୟବସାୟରେ ଅଗ୍ରଗତି ଘଟିବ। ଆର୍ଥିକ ଅବସ୍ଥାର ପରିବର୍ତ୍ତନ ହେବ।

ବିଛା: ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଅଶାନ୍ତି ଦେଖାଦେଇ ପାରେ। ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ। ଚିତ୍ତରେ ପ୍ରସନ୍ନତା ଦେଖାଦେବ। ବିଭିନ୍ନ ସ୍ତରରୁ ସ୍ନେହ ଶ୍ରଦ୍ଧା ମିଳିପାରେ। ବନ୍ଧୁ ଦର୍ଶନ କରି ଖୁସି ହେବେ। ଖର୍ଚ୍ଚ ବୃଦ୍ଧି ପାଇବ।

ଧନୁ: ଯାନବାହନ ଚଳାଚଳରେ ସତର୍କ ହେବେ। ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। କୌଣସି ଏକ ଘଟଣା, ଦୁର୍ଘଟଣା ପରି ଲାଗିବ। ସାମାନ୍ୟ ଘଟଣା ପାଇଁ ମନରେ ଅଶାନ୍ତି ସୃଷ୍ଟି ହେବ। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମ ହେବ।

ମକର: କର୍ମକ୍ଷେତ୍ରରେ ଅଶାନ୍ତି ଅନୁଭବ କରିବେ। ମନରେ ପ୍ରସନ୍ନଭାବ ଦେଖାଦେବ। କର୍ମ ତତ୍ପରତା ପ୍ରକାଶ ପାଇବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ବନ୍ଧୁ ସହଯୋଗ ପାଇବେ।

କୁମ୍ଭ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ ସୁଖ ମିଳିବ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ। ଅନୁଷ୍ଠାନିକ କାର୍ଯ୍ୟରେ କୃତିତ୍ୱ ଅର୍ଜନ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ।

ମୀନ: କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ସଙ୍କଟ ମୋଚନ ହେବ। ସତ୍ୟବାଦୀ ହେବେ। ପିତୃଭକ୍ତିଯୁକ୍ତ ହୋଇପାରନ୍ତି। ଭାଗ୍ୟବାନ ହେବେ। ସମୃଦ୍ଧି ମାର୍ଗରେ ଆଗେଇବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.