April 25, 2024

ଆଜିର ରାଶିଫଳ

1 min read

Zodiac

ଆଓରି(ତା୧୨|୪)-

ମେଷ: ଆତ୍ମସମୀକ୍ଷାରେ ସମୟ କଟିବ। ପରିବାରର ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଜୁଆ ଲଟେରିରୁ ନିବୃତ୍ତ ରହନ୍ତୁ। ଦ୍ରୁତଗତିରେ ଗାଡ଼ି ଚଳାନ୍ତୁ ନାହିଁ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ଗାୟତ୍ରୀ।
——————————————
ବୃଷ: ଲକ୍ଷ୍ୟପ୍ରାପ୍ତି ଦିଗକୁ ଅଗ୍ରସର ହେବେ। କୌଣସି ବିଶେଷ କାର୍ଯ୍ୟ ଯୋଗୁ ବନ୍ଧୁଙ୍କ ଦ୍ଵାରା ଲାଭ ପାଇବେ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।
ଶୁଭରଙ୍ଗ: ଧଳା।
ଆରାଧନା: ଶ୍ରୀକୃଷ୍ଣ।
————————————————–
ମିଥୁନ: ଆଜି ଆପଣ ସତ୍ୟର ସାଥ ଦେବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ବଜାୟ ରହିବ। ଅଫିସରେ ଶାନ୍ତିର ବାତାବରଣ ରହିବ। ଚାକିରିରେ ଦାୟିତ୍ଵ ବଢ଼ିବ। ଆପଣଙ୍କ ସହିତ ମିଶିବା ଲୋକେ ପ୍ରଭାବିତ ହେବେ।
ଶୁଭରଙ୍ଗ: ଘିଅ ରଙ୍ଗ।
ଆରାଧନା: ହର ପାର୍ବତୀ।
———————————
କର୍କଟ: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ମହିଳାବନ୍ଧୁଙ୍କ ସହାୟତାରେ ବ୍ୟବସାୟରେ ସଫଳତା ମିଳିବ। ଆପଣଙ୍କ ରୁଚି କଳା ସାହିତ୍ୟରେ ଅଧିକ ରହିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ।
ଶୁଭରଙ୍ଗ: ଧୂସର।
ଆରାଧନା: ମାଆ ପାଟଣେଶ୍ୱରୀ।
——————————————–
ସିଂହ: ଜୀବନସାଥୀଙ୍କ ସହଯୋଗ ପାଇବେ। ପଡ଼ୋଶୀଙ୍କ ସହ ଝଗଡ଼ା ପାଇଁ ଟିକେ ଅଶାନ୍ତିରେ ରହିବେ। ବନ୍ଧୁମାନଙ୍କ ସହିତ ବସି ହାଲୁକା ହେବେ। ଚାକିରି ଖୋଜୁଥିବା ବ୍ୟକ୍ତି ଭଲ ଖବର ପାଇବେ।
ଶୁଭରଙ୍ଗ: ଧଳା।
ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।
——————————————-
କନ୍ୟା: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କ୍ୟାରିୟର ଗଢ଼ିବା ପାଇଁ ଭଲ ଅବସର ପାଇବେ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀଙ୍କୁ ନିଜ ନିଜର ଯୋଗ୍ୟତା ଅନୁସାରେ ଫଳ ମିଳିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ବଗଳାମୁଖୀ।
——————————————–
ତୁଳା: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। କୌଣସି ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ। ଅନ୍ତରଙ୍ଗବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯାଇପାରନ୍ତି।
ଶୁଭରଙ୍ଗ: ଆକାଶୀ ନୀଳ।
ଆରାଧନା: ମାଆ ମଙ୍ଗଳା।
———————————————-
ବିଛା: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ସ୍ଥିତି ଆପଣଙ୍କ ପକ୍ଷରେ ହେବ। ସମାଜରେ ମାନ-ସମ୍ମାନ ପାଇବେ। ଆମଦାନିର ନୂଆ ସ୍ରୋତ ମିଳିପାରେ। ନୂଆ ଘର ବା ଜମି କିଣିବା ପାଇଁ ଯୋଜନା କରିବେ।
ଶୁଭରଙ୍ଗ: ଧୂସର।
ଆରାଧନା: ମହାଦେବ।
———————————————
ଧନୁ: ଆପଣଙ୍କ ମନ କିଛି କହିବ ଆଉ ହୃଦୟ କିଛି କହିବ। ବନ୍ଧୁଙ୍କ ସମ୍ମୁଖରେ ଆପଣଙ୍କ ବିଚାର ଖୋଲି ଦେବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଛାତ୍ରଛାତ୍ରୀଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଚିନ୍ତା ରହିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ କାଳୀଜାଈ।
———————————————
ମକର: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ସବୁ କାମ ସହଜରେ ହୋଇଯିବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ।
ଶୁଭରଙ୍ଗ: ମାଜେଣ୍ଡା।
ଆରାଧନା: ମାଆ ରାମଚଣ୍ଡୀ।
———————————————
କୁମ୍ଭ: ଆପଣଙ୍କ ମନୋବଳ ଦୃଢ଼ ରହିବ। ପ୍ରବନ୍ଧକର୍ତ୍ତା ଆପଣଙ୍କ କାମରେ ଖୁସି ରହିବେ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ମିଳିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ।
ଶୁଭରଙ୍ଗ: ଧଳା।
ଆରାଧନା: ମାଆ ସରସ୍ୱତୀ।
———————————————–
ମୀନ: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ବ୍ୟାବସାୟିକ ଯୋଜନା ସଫଳ ହେବ। ଧାର୍ମିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆପଣଙ୍କ ପରାମର୍ଶ କାହାରି କାମରେ ଆସିବ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।
ଶୁଭରଙ୍ଗ: ବାଦାମୀ।
ଆରାଧନା: ଶ୍ରୀ ଗଣେଶ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.