ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନ୍ ଅଭିଯାନରେ ପାଦେ ଆଗରେ ରହିଛି ନୟାଗଡ ଆଦିବାସୀ ଗାଁ
1 min readଆଓରି-ଭୁବନେଶ୍ଵର(୧୩/୦୨) : ଆଦିବାସୀଙ୍କ ମୁହଁରେ ହସ ଫୁଟାଇଛି ଶୌଚାଳୟ । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ମିଶନ୍ ଅଭିଯାନରେ ପାଦେ ଆଗରେ ରହିଛି ନୟାଗଡ ଜିଲ୍ଲାର ଏହି ଆଦିବାସୀ ଗାଁ । ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଗାଁ ନେଳିବାରୀ । ଗ୍ରାମବାସୀମାନେ ପୂର୍ବରୁ ଖୋଲାରେ ଶୌଚ ହେଉଥିଲେ, ମାତ୍ର କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ଗାଁର ଘରେ ଘରେ ପାଇଖାନା ।
ନୟାଗଡ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଗାଁ ନେଳିବାରୀ । ଏଠାକାର ଆଦିବାସୀମାନେ ପୂର୍ବରୁ ପାଇଖାନାର ବ୍ୟବହାର ଜାଣିନଥିବାରୁ ଖୋଲାରେ ଶୌଚ ହେଉଥିଲେ । ମାତ୍ର ସଚେତନତା ଯୋଗୁ ଗାଁକୁ ଫେରିଛି ସ୍ୱଚ୍ଛତା । କେନ୍ଦ୍ରସରକାରଙ୍କ ଗ୍ରାମୀଣ ସ୍ୱଚ୍ଛଭାରତ ମିଶନ୍ ଜରିଆରେ ସରକାର ଏହି ଗାଁର ସମସ୍ତ ୪୦ ଟି ପରିବାରକୁ ପାଇଖାନା ଯୋଗାଇ ଦେଇଛନ୍ତି । ଫଳରେ ସ୍ୱଚ୍ଛତାରେ ଏହି ଗାଁ ଏବେ ଉଦାହରଣ ସୃଷ୍ଟି କରିଛି ।
କେବଳ ଏତିକି ନୁହେଁ, ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଗାଁକୁ ଶୁଦ୍ଧପାନୀୟ ଜଳ ଯୋଗାଇ ଦିଆଯାଉଛି । ଫଳରେ ଆଦିବାସୀଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିଛି ।