ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ୧୨ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

Aajira-Odisha

ବିଶେଷ ଖବର : ନନ୍ଦିନୀ ଦେବୀ ୧୯୩୧ ମସିହା ୯ ଜୁନମାସ ରେ କଟକ ଜିଲ୍ଲା ପିଠାପୁର ଗ୍ରାମରେ ଏକ ବିପ୍ଲବୀ ପରିବାରରେ ତାଙ୍କ ଜନ୍ମ ଗ୍ରହଣ କରିଥିଲେ । ସେ ଥିଲେ ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର ଜ୍ୟେଷ୍ଠା କନ୍ୟା । ଓଡ଼ିଶାରେ ସାମ୍ୟବାଦୀ ଅନ୍ଦୋଳନର ପ୍ରବର୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଅରୀ ଓ ସ୍ଵାଧୀନତା ସଂଗ୍ରାମୀ ସ୍ଵପ୍ନେଶ୍ବର ପାଣିଗ୍ରାହୀଙ୍କ ନାତୁଣୀ ଥିଲେ । ଛାତ୍ରୀ ଜୀବନରୁ ହିଁ ସେ ରାଜନୀତି ତଥା ସାହିତ୍ୟ ସର୍ଜନା ପ୍ରତି ବେଶ‌ ଆକର୍ଷିତ ଥିଲେ । ସେ ରେଭେନ୍ସା କଲେଜରେ ଓଡ଼ିଆରେ ସ୍ନାତକୋତ୍ତର ହାସଲ କରିଥିଲେ । କଲେଜ ଜୀବନରେ ୧୯୫୧ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇ ସେ କାରାବରଣ କରିଥିଲେ ।
ନନ୍ଦିନୀ ଦେବୀ ତାଙ୍କ ବିପ୍ଳବୀ ଜୀବନର ବନ୍ଧୁ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି କଟକର ଝିଅ ଢେଙ୍କାନାଳ ବୋହୂ ହୋଇଥିଲେ । ଦେବେନ୍ଦ୍ର ଢ଼େଙ୍କାନାଳରୁ ଲୋକ ସଭା ସାଂସଦ ଭାବେ ଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କର ଦୁଇପୁଅ ବଡ଼ପୁଅ ନଚିକେତା ଶତପଥୀ ରାଜ୍ୟ ବାହରରେ ବ୍ୟବସାୟରେ ସଂପୃକ୍ତ ଥିବା ବେଳେ ସାନପୁଅ ତଥାଗତ ଶତପଥୀ ଏବେ ଢେଙ୍କାନାଳ ଆସନରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଛନ୍ତି ଓ ଦୈନିକ ଖବରକାଗଜ ଧରିତ୍ରୀ ମଧ୍ୟ ସମ୍ପାଦକ ଅଛନ୍ତି ।
ନନ୍ଦିନୀ ଶତପଥୀ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲେଖିକା ଥିଲେ । ସେ ଓଡ଼ିଶାର ଲୌହମାନବୀ ରୂପେ ସୁପରିଚିତ। ସେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ନନ୍ଦିନୀ ଦେବୀଙ୍କ ରାଜନୈତିକ ଜୀବନ ବେଶ ୧୯୪୬ ମସିହାରେ କଲେଜ କୋଠା ଉପରୁ ୟୁନିୟନ ଜ୍ୟାକ‌‌ ପତାକା ଓହ୍ଲାଇ ସେ ନିଜ ସାହସିକତାର ପରିଚୟ ଦେଇଥିଲେ । ନନ୍ଦିନୀ ଦେବୀ ଗର୍ଭବତୀ ଥିବା ସମୟରେ ୧୯୫୧ ଛାତ୍ର ଆନ୍ଦୋଳନେର ନେତୃତ୍ଵ ନେଇ ପୁଲିସ ଲାଠି ମାଡ଼ର ଶିକାର ହୋଇଥିଲେ । ପ୍ରଥମେ ୧୯୬୨ ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଓ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ଉପମନ୍ତ୍ରୀ ହୋଇଥିଲେ ଏବଂ ୧୯୬୮ରେ ସେ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ପ୍ରଚାର ଓ ସୂଚନା ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ନନ୍ଦିନୀ ଦେବୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଘନିଷ୍ଠ ଥିଲେ । ୧୯୭୨ରୁ ୭୩ ଓ ୧୯୭୪-୭୬ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇ ଥିଲେ । ଏହାପରେ ୧୯୭୭ରୁ ୮୦ପ୍ରର୍ଯ୍ୟନ୍ତ ସେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ରୂପେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଉତ୍କଳ ପ୍ରେଦଶ କଂଗ୍ରେସ (ଉର୍ସ) ଦଳରେ ସେ କିଛି ଦିନ କାର୍ଯ୍ୟରତ ଥିଲେ । ପୁଣି କଂଗ୍ରେସେର ଯୋଗ ଦେଇ ୧୯୮୦-୮୫, ୧୯୮୫-୯୦ ଓ ୧୯୯୦-୯୫ ପର୍ଯ୍ୟନ୍ତ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ଓ ୧୯୯୫ ମସିହାରେ ସେ ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷା ଭାବେ କାର୍ଯ୍ୟକରି ଥିଲେ ।
ସେ ପାଇଥିବା ପୁରସ୍କାର ଗୁଡକ ହେଲା , ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର,ପ୍ରଜାତନ୍ତ୍ର ପ୍ରଚାର ସମିତି ପୁରସ୍କାର,ସାହିତ୍ୟ ଭାରତୀ ସମ୍ମାନ ପୁରସ୍କାର । ୭୫ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ତାରିଖରେ ନନ୍ଦିନୀ ଦେବୀଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପୂର୍ବରୁ ସେ ସାମାନ୍ୟ ଅସୁସ୍ଥ ଥିଲେ। ହଠାତ‌ ସ୍ବାସ୍ଥ୍ୟାବସ୍ଥରେ ପରିବର୍ତ୍ତନ ଯୋଗୁଁ ତାଙ୍କୁ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ‌ପିଟାଲ‌ରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।