ପିସିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ହମଲା କଲେ ରାମ କ୍ରିପାଲ ଯାଦବ
1 min readଆଓରି-ଭୁବନେଶ୍ୱର(୨୨/୧୧) : ପ୍ରଥମେ ମୋଦୀ ପରେ ଶାହା ଆଉ ଏବେ ରାମ କ୍ରିପାଲ୍। ପିସିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ହମଲା କରିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମ କ୍ରିପାଲ ଯାଦବ । ରାଜ୍ୟ ସରକାରଙ୍କ ବିରୋଧରେ ଯାଦବ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତିଟି କାର୍ଯ୍ୟରେ ହେଉଛି ପିସି କାରବାର । ଖାଲି ସେତିକି ନୁହେଁ ରାଜ୍ୟ ସରକାରଙ୍କୁ ଭ୍ରଷ୍ଟାଚାରୀ କହି କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ୍। ସ୍ୱଚ୍ଛଭାରତ ଓ ସୌଚାଳୟ ନିର୍ମାଣ କ୍ଷେତ୍ରରେ ଓଡିଶା ବହୁ ପଛରେ ପଡିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ୍।