April 19, 2024

ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendar Pradhan-Aajira-Odisha

ଆଓରି-ନୂଆଦିଲ୍ଲୀ(୦୯/୦୮) : ଭାରତର ସାଧାରଣ ନାଗିରକଙ୍କ ଇଜ୍ ଅଫ୍ ଲିଭିଙ୍ଗକୁ ସୁବିଧା କରିବା ପାଇଁ ମୋଦି ସରକାର ଉର୍ଜା କ୍ଷେତ୍ରରେ ଥିବା ସଂସ୍କାରରେ ବ୍ୟାପକ ସୁଧାର ଆଣିଛନ୍ତି । ଏନେଇ ଗୁରୁବାର ମସୁରୀର ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ପ୍ରଶାସନ ଏକାଡେମୀ ଠାରେ ଆୟୋଜିତ ମିଳିତ ସିଭିଲ-ମିଲିଟାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱ ଉର୍ଜା ଭୂଦୃଶ୍ୟରେ ଭାରତକୁ ଏକ ପ୍ରେରକ ଶକ୍ତି ବନାଇବା ପାଇଁ ପ୍ରସ୍ତୁତ ରୋଡ୍‌ମ୍ୟାପ୍ ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରେ ଥିବା ଉର୍ଜା ନ୍ୟାୟ ଚାରୋଟି ସ୍ତମ୍ଭରେ ତିଆରି ଏବଂ ସେ ଗୁଡ଼ିକ ହେଲା ଉର୍ଜାର ପହଁଚ, ଉର୍ଜା ଦକ୍ଷତା, ଉର୍ଜାର ସ୍ଥିରତା ଏବଂ ଉର୍ଜାର ସୁରକ୍ଷା ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ନୀତିର ଯେଉଁ ଦିଗ ଅଛି, ସାମାଜିକ ପରିବର୍ତ୍ତନ ପାଇଁ ଉର୍ଜାକୁ ଏକ ଉପକରଣ ଭାବରେ ବ୍ୟବହାର କରାଯାଇପାରିବ । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ବିଭିନ୍ନ ବହୁ ପକ୍ଷ ଏଜେନ୍ସି ଦ୍ୱାରା ସଫଳତା ହାସଲ କରିଛି । ବିଶେଷ ଭାବରେ ସୁରକ୍ଷିତ, ଶସ୍ତା ଏବଂ ସୁଲଭ ଉର୍ଜା କରିବାରେ ଭାରତୀୟ ମଡେଲ ଅନେକ ବିକାଶଶୀଳ ଦେଶ ଦ୍ୱାରା ଅନୁକରଣ କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.