April 25, 2024

ମୁମ୍ବାଇ ଠାରେ ବିଜନେସ୍ ଟୁଡେ ପକ୍ଷରୁ ଆୟୋଜିତ ମାଇଣ୍ଡ ରସ୍ କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Aajira-Odisha

ଆଓରି-ନୂଆଦିଲ୍ଲୀ(୧୪/୧୨): ଆଗାମୀ ଦିନରେ ଭାରତ ବିଶ୍ୱ ଅର୍ଥନୀତିର କେନ୍ଦ୍ରବିନ୍ଦୁ ହେବ ଏବଂ ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକ ରହିଛି ବୋଲି ଗତକାଲି ମୁମ୍ବାଇ ଠାରେ ବିଜନେସ୍ ଟୁଡେ ପକ୍ଷରୁ ଆୟୋଜିତ ମାଇଣ୍ଡ ରସ୍ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ପରିଶ୍ରମ ସହ ଋଣନୀତି ପ୍ରସ୍ତୁତି କରାଯିବା ସହ ବିଭିନ୍ନ ଯୋଜନା କରାଯିବା ଦରକାର । ଦେଶର ଭଲ ଅର୍ଥନୀତି ପାଇଁ ବ୍ୟବସ୍ଥା ନୁହେଁ ବରଂ ଦେଶକୁ ଏକତ୍ରୀକରଣ କରିବାକୁ ପଡିବ । ସମସ୍ତଙ୍କୁ ନେଇ କାମ କଲେ ଦେଶ ଆଗକୁ ବଢିବ ଏବଂ ମୋଦି ସରକାରDharmendra-Pradhan-attended-India-Today-Meeting-in-Mumbai-Aajira-Odisha ଏଥିପାଇଁ ଚେଷ୍ଟିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ଥିରତା ଦେଖାଯାଉଛି । ଅପରପକ୍ଷରେ ବିଶ୍ୱରେ ଉର୍ଜାର ଅଭିବୃଦ୍ଧି ହୋଇଥିବା ବେଳେ ବିଶେଷଭାବରେ ଭାରତରେ ଅଧିକାଂଶ ଅଭିବୃଦ୍ଧି ହୋଇଛି । ଦେଶର ଗ୍ରାମାଂଚଳରେ ପେଟ୍ରୋଲର ବ୍ୟବହାର ବଢିଛି । ବିଗତ ୩ ବର୍ଷରେ ୩ କୋଟି ଲୋକଙ୍କ ଘରେ ବିଜୁଳି ପହଁଚିଛି । ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରାଥମିକ ଉର୍ଜା ଭାବରେ ବିଜୁଳି ଏତେସଂଖ୍ୟକ ଘରେ ପହଁଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ନିର୍ମାଣ, ୧୫ କୋଟି ଲୋକଙ୍କ ଘରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ମୋଦି ସରକାରରେ ୨୦ କୋଟିରୁ ଅଧିକ ଲୋକଙ୍କ ନାଁରେ ବ୍ୟାଙ୍କ୍ ଖାତା ଖୋଲାଯାଇଛି । ତେବେ ପୂର୍ବରୁ ଏହା କାହିଁକି ସମ୍ଭବ ନଥିଲା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଦେଶରେ ଚ୍ୟାଲେଞ୍ଜ ବହୁତ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଗରିବଙ୍କ ସମସ୍ୟାକୁ ସମାଧାନ କରିବାରେ ସର୍ବଦା ଆଗୁଆ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଦେଶର ସମସ୍ୟାକୁ ସାହାସର ସହିତ ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.