April 18, 2024

“ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-In-Derabish-Aajira-Odisha

ଆଓରି-ଭୁବନେଶ୍ଵର(୨୮/୦୨) : କେନ୍ଦ୍ରାପଡାର ଡେରାବିଶ ଠାରେ “ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଯେଉଁମାନେ ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନଙ୍କୁ ଆଜି ଚୌକିଦାର ଶେର୍ ହୈ ବୋଲି ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିକାଶକୁ ଭାରତର ସବୁ ଘରକୁ ପହଁଚାଇବାର ଅଛି । ସେଥିପାଇଁ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି  ବୋଲି କହିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ ଏକ  ଅଶୋଭନୀୟ ସ୍ଥିତିରେ ଗତି କରୁଛି । ଗତ ୧୪ ଫେବୃୟାରୀରେ କାପୁରୁଷ, ଭୀରୁ, ସାମ୍ନାରେ ଲଢେଇ କରିବାର ସାମର୍ଥ୍ୟ ନଥିବା ଲୋକ ଭାରତର ସୈନିକ ଶକ୍ତିକୁ ପଛରୁ ଛୁରା ମାରିଥିଲେ । ସିଆରପିଏଫର ୪୦ ଜଣ ଯବାନଙ୍କୁ ପଛରୁ ଆକ୍ରମଣ କରି ଇହଧାମରୁ  ଯିବା ପାଇଁ ବାଧ୍ୟ କରିଥିଲେ । ଶହୀଦଙ୍କ ମଧ୍ୟରେ ଓଡିଶାର ଦୁଇ ଜଣ ଭାଇ ଥିଲେ । ଶହୀଦ ମନୋଜ ବେହେରା ଓ ଶହୀଦ ପ୍ରସନ୍ନ ସାହୁ ଦୁଇ ଜଣଙ୍କ ପାଇଁ ମନରେ କଷ୍ଟରେ ଅଛି । ଉଭୟଙ୍କ ବଳିଦାନକୁ  ନେଇ ଓଡିଶା ଆଜି ଗର୍ବ ଓ ସ୍ୱାଭିମାନରେ ଛିଡା ହୋଇଛି । ଭାରତମାତାର ବଳିଦାନ ପାଇଁ ଓଡିଶା ମଧ୍ୟ ପଛରେ ନାହିଁ ।  ଓଡିଶାର ଦୁଇ ଭାଇ ତାଙ୍କ ଜୀବନକୁ ବଳିଦାନ ଦେଇ ଭାରତ ମାତାର ସେବା ପାଇଁ ନିଜକୁ ସମର୍ପିତ କରିଛନ୍ତି ।

ଏହାସହ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ଜଗତସିଂହପୁରର ନାଉଗାଁକୁ  ଯାଇଥିଲେ । ସେହିପରି କଟକର ନିଆଳି ବ୍ଲକକୁ ମନୋଜ ବେହେରାଙ୍କ ଶବକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିଲୋ  ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ମଧ୍ୟ ସମସ୍ତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶହୀଦଙ୍କ ଶବକୁ ବୋହିଥିଲେ ।  ଦେଶ ଦଳମତ ନିର୍ବିଶେଷରେ ସହମତ ଥିଲା ଯେ ପାକିସ୍ତାନକୁ ଜବାବ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନକୁ ଜବାବ୍ ଦେବା ସହ ଧୂଳି ଚଟେଇବାକୁ ପଡିବ । ଦେଶର ସୈନିକମାନଙ୍କ ପାଖରେ ଦେଶର ଭରସା ଅଛି । ପାକିସ୍ତାନକୁ କଣ ଜବାବ୍ ଦିଆଯିବ ତାହାର ନିର୍ଣ୍ଣୟ ଦେଶର ସୈନିକ ଶକ୍ତି କରିବ ବୋଲି ମୋଦି ଆଦେଶ ଦେଲେ । ମାତ୍ର କିଛି ଲୋକ ୫୬ ଇଂଚି ଛାତି କୁଆଡେ ଗଲା, ମୋଦି କାହିଁକି ଚୁପ ଅଛି ବୋଲି ଟାହିଟାପୁରା କରୁଥିଲେ । ୧୫ ଦିନ ନହେଉଣୁ ପ୍ରଥମ ଥର ପାଇଁ ଭାରତର ସୈନିକ ମାନେ ୭୦ ଦଶକର ଯୁଦ୍ଧ ପରେ  ପାକିସ୍ତାନ ଭିତରେ ପଶି ସାଢେ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ଧୂଳିସାତ୍ କରି ଆସିଲେ ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଶ୍ୱତମାମ ନେତୃତ୍ୱ ଆଜି ଭାରତର ପ୍ରଶଂସାର ଶତମୁଖ । ବିଶ୍ୱରେ ଆଜି ଆମେରିକା, ଇସ୍ରାଏଲ ଶକ୍ତିଶାଳୀ ଦେଶ ଭାବରେ ପରିଚୟ ପାଇଛନ୍ତି ।  ଯାହା ପାଖରେ ସାହସ ଥାଏ ବିଶ୍ୱ ତାକୁ ନମସ୍କାର କରେ । ସର୍ଜିକାଲ ଷ୍ଟ୍ରାଇକ ପରେ ଦେଶର କୁଳାଙ୍ଗାର ମାନେ,ବିରୋଧୀମାନେ, ଭାରତକୁ ଟୁକଡା ଟୁକଡା କରିବାର ସ୍ଲୋଗାନ ଦେଉଥିବା ଲୋକମାନେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଲେ । ଏହାର ପ୍ରମାଣ ଉରି ସିନେମାରେ ମିଳିଛି ।

ଯେଉଁମାନେ ମୋଦିଙ୍କ ୫୬ ଇଂଚି ଛାତି ଉପରେ ପ୍ରଶ୍ନ ପଚାରୁଥିଲେ , ସେମାନେ ଭାରତୀୟ ବାୟୁ ସେନାକୁ ପ୍ରଂଶସା କଲେ । ମାତ୍ର ଭାରତୀୟ ବାୟୁ ସେନା ମୋଦିଙ୍କ ପ୍ରଶଂସା କଲେ । ଗତକାଲି ପାକିସ୍ତାନ ପୁନର୍ବାର ଅପଚେଷ୍ଟା କରିଥିବା ସତ୍ତ୍ୱେ ପାକିସ୍ତାନର ଲଢୁଆ ବିମାନ ଏ -୧୬କୁ ଭାରତ ମାରି ଖସେଇଦେଲା । ଭାରତର ଜଣେ ପାଇଲଟକୁ ପାକିସ୍ତାନ କାବୁ କରି ରଖିଛି ।  ଭାରତର ସୈନିକଙ୍କ ସାଙ୍ଗେ ଦେଶ ଆଜି ଏକାଠି ହୋଇଛି । ଅନ୍ତରାଷ୍ଟ୍ରୀୟ ଚୁକ୍ତି ଅନୁସାରେ ଅପହରଣ ହୋଇଥିବା ଭାରତୀୟ ପାଇଲଟ ଦେଶକୁ ଫେରିବେ । ଦେଶ ଆଜି ଗର୍ବିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ କେଉଁ ପ୍ରସଙ୍ଗ ନେଇ ନିର୍ବାଚନ ଲଢାଯିବ, କଣ ପ୍ରାଥମିକତା ଦିଆଯିବ, ଭାରତବର୍ଷର ବିଭିନ୍ନ ଅଂଚଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ସହ ଅଭୂତପୂର୍ବ ସମ୍ବାଦ ପ୍ରତିଷ୍ଠା କରାଗଲା । ଓଡିଶାର ୧୪୭ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ଅଂଶଗ୍ରହଣ କଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.