April 16, 2024

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dahrmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୧୭/୦୮) : ପଶ୍ଚିମ ଓଡ଼ିଶାର ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ପହଞ୍ଚିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, ରାଜ୍ୟ ବିଜେପି ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିବା ସହ ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏବେ ତଳ ଅଞ୍ଚଳର ଅନେକ ଗାଁ ପାଣିଘେରରେ ରହିଛି । ଶାତାଧିକ ଗାଁ ପାଣି ଘେରରେ ରହିଥିବା ବେଳେ ବାହ୍ୟ ଜଗତରୁ ଗାଁ ଗୁଡ଼ିକ ବିଛିନ୍ନ ହୋଇଯାଇଛି । ତେବେ ବର୍ଷା ଛାଡ଼ିବା ପରେ ବାଲାଙ୍ଗୀରବାସୀଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଛି । ଘରର ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି ।

ବଲାଙ୍ଗୀରରେ ବନ୍ୟ ଜଳ ମାଡ଼ିବା ଯୋଗୁଁ ଅନେକ ଚାଷ ଜମି ନଷ୍ଟ ହୋଇଯାଇଛି । ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଗତ ସୋମବାର ହୋଇଥିବା ଲଗାଣ ବର୍ଷା ସମୟରେ ବଲାଙ୍ଗୀରର ହରିଶଙ୍କରଠାରେ ବନ୍ୟା ଜଳ ପ୍ରବାହିତ ହେବାରୁ ମାଟି ଅତଡ଼ା ଧସିଥିବା ଦେଖାଯାଇଛି । ସେହିପରି ସୁବର୍ଣ୍ଣପୁର ତରଭା ଅଂଚଳରେ ବନ୍ୟା ପରିସ୍ଥିତି ମଧ୍ୟ ସଂଗୀନ ରହିଛି । ଏବେବି ପାଣି ଘେରରେ ଅନେକ ଗାଁ ବୁଡ଼ି ରହିଛି । ପ୍ରଳୟଙ୍କାରୀ ବନ୍ୟାରେ ବିଭିନ୍ନ ଅଂଚଳର ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ବେଳେ ଘର ସବୁ ଭାଙ୍ଗି ଯାଇଥିବା ଦେଖାଯାଇଛି । କିଛି ଯାଗାରେ ରିଲିଫ ସାମଗ୍ରୀ ମଧ୍ୟ ପହଞ୍ଚି ପାରୁନାହିଁ । ଯାହାଫଳରେ ଭୋକ ଉପାସରେ ପଡ଼ିରହିଛନ୍ତି ବନ୍ୟା ବିପନ୍ନ ପରିବାର ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.