Mon. Oct 14th, 2019

ଓଡ଼ିଶାକୁ କେନ୍ଦ୍ରର ରେଳ ଅନୁଦାନ ପରେ ପୀୟୁଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୧୧/୦୭) : ଓଡ଼ିଶାକୁ କେନ୍ଦ୍ରର ରେଳ ଅନୁଦାନ ପରେ କେନ୍ଦ୍ରମନ୍ତ୍ରୀ ପୀଉଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜ ଟ୍ୱିଟ୍‌ ହାଣ୍ଡେଲରେ ପୀଉଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୋଦି ସରକାରଙ୍କ ପୂର୍ବ ବର୍ଷ ଭଳି ଓଡିଶା ପାଇଁ ଚଳିତ ରେଳ ବଜେଟ୍‌ରେ ରେକର୍ଡ ଅର୍ଥ ୫ ହଜାର ୯୯୩ କୋଟି ବ୍ୟୟବରାଦ କରିଥିବାରୁ ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ଗୋଏଲ ଓଡ଼ିଶା ପାଇଁ ରେଳ ବଜେଟରେ ବଡ଼ ବ୍ୟୟବରାଦର ଧାରାକୁ ଆଗେଇ ନେଇଛନ୍ତି ଓ ଏହା ଭାରତକୁ ଆଗେଇ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଚଳିତ ବଜେଟରେ ରେଳ ଯାତ୍ରୀଙ୍କ ଯାତାୟତ ସୁବିଧା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ଓଭର ବ୍ରିଜ୍ ଏବଂ ରେଳପଥ ଅତିକ୍ରମ କରିବା ବ୍ୟବସ୍ଥାକୁ ବିଶେଷ ଦୃଷ୍ଟି ଦିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟରେ ୫ଟି ନୂଆ ରେଳପଥ ପାଇଁ ସର୍ଭେ କରିବାର ଆର୍ଥିକ ବ୍ୟବସ୍ଥା ଚଳିତ ବଜେଟରେ କରାଯାଇଛି । ବିଶେଷ କରି ସେ ଅନୁରୋଧ କରିଥିବା ଆଠଗଡ–କାଇପଦର ରୋଡ ଏବଂ ତାଲଚେର-ଅନୁଗୁଳ କର୍ଡ ଲାଇନ୍ ପାଇଁ ସର୍ଭେ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ଦିନର ପ୍ରକଳ୍ପ ଯଥା ଅନୁଗୁଳ–ସୁକିନ୍ଦା ରୋଡ୍, ହରିଦାସପୁର-ପାରାଦ୍ୱୀପ, ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର, ତାଳଚେର-ବିମଳାଗଡ, ଜୟପୁର-ମାଲକାନଗିରି, ନୂଆପଡା-ଗୁଣୁପୁର ଏବଂ ସମ୍ବଲପୁର-ଟିଟଲାଗଡ ରେଳ ପ୍ରକଳ୍ପ ପାଇଁ ରେକର୍ଡ ପରିମାଣର ବ୍ୟୟବରାଦ ଚଳିତ ରେଳ ବଜେଟରେ କରାଯାଇଛି ।

Leave a Reply

Your email address will not be published. Required fields are marked *