April 18, 2024

ଆଇସିଏଆର୍ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୨୬/୦୨) : କଟକର ଧାନ ଗବେଷଣା କେନ୍ଦ୍ର (ଆଇସିଏଆର୍)ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ମୋଦି ସରକାର ଯାହା କୁହନ୍ତି ତାହା କରନ୍ତି । ଆମେ ଯାହା କହିଥିଲୁ ତାହା କରି ଦେଖାଇଲୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

୨୦୧୬ ମେ ମାସରେ ବିଶ୍ୱସ୍ତରର ଗୋଟିଏ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହଙ୍କ ନେତୃତ୍ୱରେ ଏଠାରେ କରାଯାଇଥିଲା । ଅଢେଇ ବର୍ଷ ପରେ ଆଜି  ଏହି ନୂଆ ଭବନକୁ ଲୋକାର୍ପଣର ଶୁଭ ଅବସର ସୃଷ୍ଟି ହୋଇପାରିଛି । ଆଜି କଟକ ରେଳ ରେଷ୍ଟସନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ, ଓଡିଶାରେ କଟକ-ବ୍ରହ୍ମପୁର ଟ୍ରେନ୍  ଆନ୍ଧ୍ରର ଇଚ୍ଛାପୁରମ ପର୍ଯ୍ୟନ୍ତ ସଂପ୍ରାସାରଣ, ଦୁଇଟି ରେଳ ନରାଜ ଷ୍ଟେସନରେ ରହଣି ବ୍ୟବସ୍ଥା , ଅରୁଣଦୋୟ ନଗରରେ ନୂଆ ପୋଷ୍ଟ ଅଫିସ ଭବନ, ଇଆଇଏଲ ତରଫରୁ ଏ ଅଂଚଳର ଦିବ୍ୟାଙ୍ଗ ଭାଇ ମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ବିଭିନ୍ନ ଉପକରଣ ବଣ୍ଟନ କରାଯିବା ସହ  ମଧୁବାବୁଙ୍କ ଜନ୍ମସ୍ଥାନରେ କନ୍ୟା ମାନଙ୍କ ପାଇଁ ଗୋଟେ ସ୍କୁଲର ନିର୍ମାଣ କାମ ମଧ୍ୟ ଓଏନଜିସି ସହାୟତାରେ ନିଆଗଲା  ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ୟପଟେ କୃଷିମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି ଯେ, ମୋଦି ସରକାରଙ୍କ ୫ ବର୍ଷ ପୂରା ହେବାକୁ ଯାଉଛି । ୫ ବର୍ଷ ମଧ୍ୟରେ କୃଷକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ହୋଇଛି । ସରକାର ହେବାର ପ୍ରଥମରୁ ପ୍ରଧାନମନ୍ତ୍ରୀ ଗାଁର ଗରିବ ଚାଷୀଙ୍କ ପ୍ରତି ସମର୍ପିତ ବୋଲି କହିଥିଲେ । କୃଷକଙ୍କ ଭବିଷ୍ୟତ ଉଜ୍ଜଳ କରିବା ପାଇଁ ସେ କାମ କରିବେ ବୋଲି କହିଥିଲେ । ଓଡିଶା ସରକାର  ଲମ୍ବା ସମୟ ଧରି ଚାଷୀଙ୍କୁ ଧୋକା ଦେଇପାରିବେ ନାହିଁ । ଓଡିଶାକୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ମିଶନରେ ଆସୁଥିବା ପଇସାକୁ ଏଠକାର ସରକାର ଖର୍ଚ୍ଚ କରିପାରୁନାହାନ୍ତି  ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ୩୦ ରୁ ୩୫ ଲକ୍ଷ ଟଙ୍କାର ଦାୟିତ୍ୱ ପ୍ରାରମ୍ଭିକ ଅବସ୍ଥାରେ ଭାରତ ସରକାରଙ୍କ ତରଫରୁ ନିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ରାଧାମୋହନ ସିଂହ କୃଷିମନ୍ତ୍ରୀ ଦାୟିତ୍ୱ ନେବା ପରେ କୃଷକଙ୍କ ଆୟକୁ ଦୁଇ  ଗୁଣ କରିବାର ଯୋଜନା ତିଆରି ହେଲା । ଜୟ କିଷାନ କେବଳ ସ୍ଲୋଗାନ ହୋଇରହିନାହିଁ, ଚାଷୀମାନଙ୍କୁ ନିଜ ଗୋଡରେ ଠିଆ କରିବାର ସୁଦୀର୍ଘ ମିଆଦି ଯୋଜନାମାନ ଆରମ୍ଭ ହୋଇଛି । ଚାଷୀମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଚାଷୀମାନଙ୍କ ଉତ୍ପାଦନ ଯୋଗୁଁ ଆଜି ଦେଶରେ ଖାଦ୍ୟ ପୂର୍ଣ୍ଣମାତ୍ରାରେ ଅଛି ।

ଚାଷୀ ମାନଙ୍କର ଆୟ ଦୁଇ ଗୁଣ ହେବାର ଲକ୍ଷ୍ୟ ନେଇ ପେଟ୍ରୋଲିୟମ ବିଭାଗ ତରଫରୁ ଅନେକ କାମ ମଧ୍ୟ ହୋଇଛି । ଭାରତ ବର୍ଷରେ ୪୦୦ ଜିଲ୍ଲାରେ ପାଇପ ଯୋଗେ ଘର ଘରକୁ ଗ୍ୟାସ ଯିବାର ଯୋଜନା ଆରମ୍ଭ ହୋଇଛି । କଟକ ଜିଲ୍ଲାର ସବୁ ଘରକୁ ପାଣି ଭଳି ପାଇପରେ ରନ୍ଧନ ଗ୍ୟାସ ଆସିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଗୋବର ଗ୍ୟାସକୁ ବିଶୋଧିତ କରି କମ୍ପ୍ରେସଡ୍ ଗ୍ୟାସ ତିଆରି କଲେ ଘରକୁ ପାଇପ ଗ୍ୟାସ ଯିବା ସେଥିରେ ଗାଡି ମଧ୍ୟ ଚାଲିବ । କେବଳ ଗୋବର ଗ୍ୟାସ ନୁହେଁ, ଧାନ ନଡାରୁ ବି ଗ୍ୟାସ ବାହାରିବ । ଆଗାମୀ ଦିନରେ ଓଡିଶାରେ ସେଭଳି ଗ୍ୟାସ ତିଆରି କରିବାର ଉପକ୍ରମ ଭାରତ ସରକାରଙ୍କ ସହଯୋଗରେ ବସିବ । ନୂଆ ଅର୍ଥନୀତି ତିଆରି ହେବା ସହ ଚାଷୀର ବ୍ୟବସାୟ ଦୁଇ ଗୁଣା ହେବ ।  ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାରେ ୧୨ କୋଟି ଚାଷୀମାନଙ୍କୁ ବର୍ଷକୁ ୭୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କଲେ । ସ୍ୱାଧୀନ ଭାରତରେ ଅସମ୍ଭବକୁ ସମ୍ଭବ କରିପାରିଥିବା ଲୋକ ହୋଇଛନ୍ତି ନରେନ୍ଦ୍ର ମୋଦି  ଓ ତାଙ୍କ ସାଙ୍ଗରେ ଛିଡା ହୋଇଥିବା ରାଧାମୋହନ ସିଂହ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି  ଯେ ବିଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଦୁଇ ଥର ବିଧାନସଭାରେ ଭାଗଚାଷୀ ମାନଙ୍କୁ ଅଧିକାର ଦେବା ପାଇଁ ରାଜ୍ୟ ସରକାର ବିଲ୍ ଆଣିବାର ପ୍ରସ୍ତାବ କରିଥିଲେ । ବିଲ୍ କୁଆଡେ ଗଲା । ଅଧିକାର କାହିଁ, କିଏ ଭାଗଚାଷୀ, କେଉଁ ଆଧାରରେ ସେ ପଇସା ପାଇବ । ଏହା ପ୍ରତାରଣା, ପ୍ରତିଶ୍ରୁତିର ପ୍ରହେଳିକା ।୧୯ ବର୍ଷ ଶାସନରେ ରହିବା ପରେ ଭୂମିହୀନ ତାଲିକା କାହିଁ । ରାଜ୍ୟ ସରକାରଙ୍କ ମନ ଭିତରେ ଗୋଟେ କଥା ଅଛି, ଭୂମିହୀନ ଓ ଭାଗଚୀଷୀ ନାଁରେ ବଡ ବଡ କଥା କହିବୁ ଏବଂ ମନ ପସନ୍ଦର ଲୋକଙ୍କୁ ନାଁ ଚଢେଇ ଭୋଟ ପାଇଁ ପଇସା ଦେଇଦବୁ ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.