April 25, 2024

୫୫ ବର୍ଷ ଶାସନ କରିବା ନାଁରେ ଉପଭୋଗ କରିଛନ୍ତି କଂଗ୍ରେସ ; ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Target-CM-Naveen-Patnaik-Aajira-Odisha

ଆଓରି-ଭୁବନେଶ୍ଵର(୧୮/୦୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାର ଶେଷ ଅଧିବେଶନରେ ବିଗତ ୫ ବର୍ଷ ମଧ୍ୟରେ ଦେଶରେ କେତେ ରୋଜଗାର ଉପଲବ୍ଧି ହୋଇଛି ତାର ହିସାବ ଦେଇଛନ୍ତି । ପାଖାପାଖି ୧୫ କୋଟି ପର୍ଯ୍ୟନ୍ତ ରୋଜଗାର ଏବଂ ସ୍ୱରୋଜଗାର ବଢିଛି ।

ଏନେଇ ରାହୁଲ ଗାନ୍ଧିଙ୍କ ପାଖରେ ତଥ୍ୟ ନାହିଁ । । ଯେଉଁ ପରିବାର ଦେଶକୁ ୫୫ ବର୍ଷ ଶାସନ କରିବା ନାଁରେ ଉପଭୋଗ କଲେ, ଅନେକ ଦଶନ୍ଧି ଧରି ବିଭିନ୍ନ ରାଜ୍ୟର ଦାୟିତ୍ୱ ନେଲେ ।  ଆଜି ଯେଉଁମାନେ ଭାରତର ଅର୍ଥ ବ୍ୟବସ୍ଥାକୁ ଦେବାଳିଆ କଲେ ସେମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରୁଛନ୍ତି ବୋଲି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶରେ ବଢୁଥିବା ରୋଜଗାରକୁ ଯଦି ରାହୁଲ ଗାନ୍ଧି ଏବଂ ତାଙ୍କ ଭଳି ସମାଲୋଚନା କରୁଥିବା ବ୍ୟକ୍ତି ଏହାକୁ ସ୍ପଷ୍ଟ ଦିବାଲୋକରେ ଦେଖିପାରିବେନି ତା ହେଲେ ତାଙ୍କୁ ରାଜନୈତିକ ଚଂଚକତା କରୁଛନ୍ତି ବୋଲି କୁହାଯିବ । ରାହୁଲ ଗାନ୍ଧିଙ୍କ ପରିବାର ଅନେକ ବର୍ଷଧରି ଶାସନ ଚଳେଇଥିଲେ, ମାତ୍ର ସେତେବେଳେ ଦେଶର କଣ ଅବସ୍ଥା ଥିଲା ତାର ଉତ୍ତର ରାହୁଲ ଗାନ୍ଧି ପ୍ରଥମେ ଦିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.