April 16, 2024

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ସ୍ୱାଗତ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୦୯/୧୧) : ବହୁ ଚର୍ଚ୍ଚିତ ଏବଂ ପ୍ରତିକ୍ଷିତ ଅଯୋଧ୍ୟା ଜମି ବିବାଦକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରକାଶ କରିଛନ୍ତି । ଦୀର୍ଘ ବର୍ଷ ହେଲା ଯାହା ପ୍ରତ୍ୟେକଟି ଭାରତୀୟ ମନରେ ଆଶା ଓ ଆଶଙ୍କା ଭରିଥିଲା ତାହା ଆଜି ଦୂର ହୋଇଛି । ସେହି ସ୍ଥାନରେ ରାମ ମନ୍ଦିର ତିଆରି ହେବା ନେଇ ବାଟ ଫିଟିଛି । ଏହାକୁ ନେଇ ଦେଶରେ ଖୁସି ଖେଳିଯାଇଛି । ପ୍ରତ୍ୟେକ ଭାରତବାସୀ ଏହାକୁ ସ୍ୱାଗତ କରିଛନ୍ତି ।

ସେହିଭଳି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଖୁସି ବ୍ୟକ୍ତ କରିବା ସହ ଦେଶରେ ଭାଇଚାରା ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ‘ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଏହି ନିର୍ଣ୍ଣୟ କୌଣସି ବିଶେଷ ସଂପ୍ରଦାୟର ବିଜୟ ନୁହେଁ ବରଂ ଏହା ଭାରତର ସମ୍ବିଧାନର ଏକତା, ଅଖଣ୍ଡତା ଓ ଧର୍ମନିରପେକ୍ଷତାର ବିଜୟ ଅଟେ ।’

ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ ମୁଁ ଭାରତର ଅମୂଲ୍ୟ ନ୍ୟାୟ ପ୍ରଣାଳୀ ଏବଂ ନ୍ୟାୟଧିଶଙ୍କୁ ଅଭିନନ୍ଦନ ଜଣାଉଛି । ଯେଉଁମାନେ ଭାରତର ସାମାଜିକ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ମୁଁ ପ୍ରତ୍ୟେକ ଦେଶବାସୀଙ୍କୁ ଅନୁରୋଧ କରୁଛି ଏହି ରାୟକୁ ସମଭାବ ଏବଂ ବିଶାଳତା ସହ ଗ୍ରହଣ କରିବା ସହ ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ଏବଂ ସଦଭାବନା ବଜାୟ ରଖନ୍ତୁ’

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.