April 25, 2024

ଓଡିଆ ଭାଷାରେ ରେଳ ଟିକଟ ଛାପିବାପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-With-Piyush-Goyal-Aajira-Odisha

ଆଓରି-ଭୁବନେଶ୍ଵର(୦୮/୦୩) : ଓଡିଶାରେ ରେଳ ଟିକଟକୁ ଆଞ୍ଚଳିକ ଓଡିଆ ଭାଷାରେ ଛାପିବାପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶାରେ ରେଳଯାତ୍ରୀଙ୍କ ସୁବିଧା ନିମନ୍ତେ ଭାରତୀୟ ରେଳ ବିଭାଗ ତରରଫରୁ ଅନେକ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ବହୁ ଉନ୍ନତି ପରିଲକ୍ଷିତ ହେବା ସହିତ ଯାତ୍ରା ସମୟରେ ଲୋକମାନଙ୍କର ସୁଖଦ ଅନୁଭୂତି ହେଉଛି । ଏହା ସହ ଯଦି ଓଡିଶାରେ ଟିକଟ ଗୁଡିକ ଓଡିଆରେ ଉପଲବ୍ଧ ହେବ ତେବେ ଆମ ରାଜ୍ୟର ଲୋକମାନେ ଆହୁରି ଲାଭବାନ ହେବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.