April 25, 2024

ମୋଦି ଅଛନ୍ତି ତ ସବୁ ସମ୍ଭବ : ମାଇକ ପମ୍ପିଓ

1 min read

ଆଓରି-ନୂଆଦିଲ୍ଲୀ(୧୩/୦୬) : ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଲୋକପ୍ରିୟ ସ୍ଳୋଗାନ ଥିଲା ‘ମୋଦୀ ହୈ ତୋ ମୁମକିନ ହୈ’। ଅର୍ଥାତ ମୋଦୀ ଅଛନ୍ତି ତ ସମ୍ଭବ। ଏହି ସ୍ଳୋଗାନକୁ ଏବେ ଦୋହରାଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ। ଭାରତ ସହିତ ଆମେରିକାର ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ପମ୍ପିଓ ମତ ଦେବା ସହିତ ‘ମୋଦୀ ଅଛନ୍ତି ତ ସମ୍ଭବ’ ବୋଲି କହିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବାକୁ ମୋଦୀ ଏବଂ ଟ୍ରମ୍ପ ପ୍ରଶାସନ ନିକଟରେ ଏକ ସ୍ଵତନ୍ତ୍ର ସୁଯୋଗ ରହିଛି ବୋଲି ସେ ଭାରତ-ଆମେରିକା ବ୍ୟାପାର ପରିଷଦ ବୈଠକରେ ଯୋଗଦେଇ କହିଛନ୍ତି।

ଆସନ୍ତା ୨୪ ତାରିଖରେ ପମ୍ପିଓ ଭାରତ ଗସ୍ତରେ ଆସିବେ। ଏହା ପୂର୍ବରୁ ଏଠାରେ ଅନୁଷ୍ଠିତ ଭାରତ-ଆମେରିକା ପରିଷଦ ବୈଠକରେ ପମ୍ପିଓ କହିଛନ୍ତି, ସେ ଦେଖିବାକୁ ଚାହୁଁଛନ୍ତି ଯେ ମୋଦୀ କିପରି ଦୁଇଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ କରୁଛନ୍ତି। ଏହା ସହିତ ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କୁ ପମ୍ପିଓ ନିଜର ମଜଭୁତ ସାଥୀ ବୋଲି ଦର୍ଶାଇ ତାଙ୍କୁ ଭେଟିବାକୁ ଉତ୍ସାହିତ ଥିବା କହିଛନ୍ତି।

ପମ୍ପିଓ କହିଥିଲେ, ମୋଦୀ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ‘ମୋଦୀ ହୈ ତୋ ମୁମକିନ ହୈ’। ମୁଁ ଏହା ଜାଣିବାକୁ ଉତ୍ସୁକ ଅଛି କି ଆମେରିକା ଏବଂ ଭାରତ ମଧ୍ୟରେ କ’ଣ ସମ୍ଭବ ହୋଇପାରିବ। ମୋର ଆଶା ରହିଛି ଯେ ମୋଦୀ ଆମେରିକା ସହିତ ସମ୍ପର୍କକୁ ମଜଭୁତ କରିବେ। ଭାରତ ଗସ୍ତ  ସମମୟରେ ଟ୍ରମ୍ପ ପ୍ରଶାସନର ମହତ୍ଵାକାଂକ୍ଷୀ ଏଜେଣ୍ଡା ଉପରେ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ କିଛିଟା ଅନ୍ତର ରହିଛି। କିନ୍ତୁ ଆମେ କଥାବାର୍ତ୍ତା କରିବାକୁ ସବୁବେଳେ ପ୍ରସ୍ତୁତ ଅଛୁ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.