ଶାରୀରିକ ଅସୁସ୍ଥତାରୁ ଦୂରରେ ରହିବା ପାଇଁ ବ୍ୟବହାର କରନ୍ତୁ ସପୁରି ରସ

Aajira-Odisha

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି। ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧାକପ୍‌ ସପୁରୀ ରସ ପିଇଲେ ବାର୍ଦ୍ଧକ୍ୟଠାରୁ ଏହା ଦୂରେଇ ରଖେ। ଏହାର ଆଣ୍ଟିଂ ଏଜିଂ ଗୁଣ ଯୋଗୁ ଏହା ସମ୍ଭବ ହୋଇଥାଏ ବୋଲି କୁମାୟୁନ୍‌ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଳେଖ ରହିଛି। ଦାନ୍ତମୂଳରୁ ରକ୍ତ ପଡୁଥିଲେ ଦିନରେ ବା ରାତିରେ ଖାଇବାର ଏକଘଣ୍ଟା ପୂର୍ବରୁ ସପୁରୀ ରସରେ କିଛି ଲୁଣ ପକାଇ ପିଇଲେ ସୁଫଳ ମିଳେ। ଶହେଗ୍ରାମ ସପୁରୀ  ରସ ଯୋଗାଇଥାଏ ୫୦ କ୍ୟାଲୋରୀ ଶକ୍ତି । ଏହା ଖାଇବା ଦ୍ୱାରା କୋଲେଷ୍ଟେରଲ ବଢ଼ିବାର ଆଶଙ୍କା ନ ଥାଏ। ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଞ୍ଚଳ ରଖିବା ପାଇଁ ସପୁରୀ  ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ସେଥିପାଇଁ ବାର୍ଦ୍ଧକ୍ୟ ଜନିତ ଶାରୀରିକ ଅସୁସ୍ଥତାରୁ ସପୁରୀର ଔଷଧୀୟ ଗୁଣ ଦୂରରେ ରହିବା ପାଇଁ ସପୁରୀ ରସ ପାନୀୟ ଭାବେ ଗ୍ରହଣ କରାଯାଏ। ସପୁରୀରେ ଅଧିକ ପରିମାଣର ମ୍ୟାଗ୍ନେସିୟମ ରହିଥିବାରୁ ଏହା ହାଡକୁ ମଜବୁତ କରେ। ଦିନକୁ ଥରେ ସପୁରୀ ରସ ପିଇଲେ ଶରୀର ଆବଶ୍ୟକ କରୁଥିବା ମ୍ୟାଗ୍ନେସିୟମ ୭୫ ପ୍ରତିଶତ ମିଳିଥାଏ। ହଜମଶକ୍ତି ବୃଦ୍ଧିରେ ସପୁରୀ ସହାୟକ ହୁଏ। ମଧୁମେହ ପାଇଁ ସପୁରୀ ଉପଯୋଗୀ। ପିଲାଙ୍କ ପେଟରେ କୃମି ହେଲେ ସପୁରୀକନ୍ଦା ରସ ପିଇବାକୁ ଦେଲେ କୃମିରୋଗ ଭଲ ହୋଇଥାଏ। ନିୟମିତ ସପୁରୀ ରସ ପିଇଲେ କେଶ ଓ ଚର୍ମ ଉଜ୍ଜ୍ୱଳ ରୁହେ ବୋଲି ଏହି ଗବେଷଣା ରିପୋର୍ଟରେ ସୂଚିତ ହୋଇଛି।