April 16, 2024

୩୧ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି

1 min read
Virat Kohli is celebrating his 31st birthday-Aajira-Odisha

ଆଓରି-ନୂଆଦିଲ୍ଲୀ(୦୫/୧୧) : ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ୩୧ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । କୋଟି କୋଟି ଯୁବ କ୍ରିକେଟରଙ୍କ ପାଇଁ ଆଦର୍ଶ ପାଲଟିଥିବା ଏହି ଷ୍ଟାର କ୍ରିକେଟର ପ୍ରତିବର୍ଷ ଭିନ୍ନ ଭିନ୍ନ ଅନ୍ଦାଜରେ ତାଙ୍କ ଜନ୍ମଦିନ ପାଳନ କରିଥାଆନ୍ତି । ଏ ବର୍ଷ ସେ ପତ୍ନୀ ଅନୁଷ୍କାଙ୍କ ସହ ଭୁଟାନରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି ।

ଦିଲ୍ଲୀରେ ରହୁଥିବା ବିରାଟଙ୍କ ଜନ୍ମ ନଭେମ୍ବର ୫ , ୧୯୮୮ ରେ ହୋଇଥିଲା । ୧୮ ନମ୍ବର ଜର୍ସି ପିନ୍ଧୁଥିବା ଅଧିନାୟକ ବିରାଟ ୨୦୧୮ ବର୍ଷରେ ଅନେକ ୱାର୍ଲ୍ଡ ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଥିଲେ । ୨୦୧୯ ରେ ସେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିବାରେ କ୍ୟାପ୍ଟେନ କୁଲ ଧୋନୀଙ୍କୁ ମାତ ଦେଇଛନ୍ତି କ୍ୟାପ୍ଟେନ ଫିଅରଲେସ । ପ୍ରଥମ ଭାରତୀୟ କ୍ୟାପ୍ଟେନ ଭାବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବାର ଖ୍ୟାତି ମଧ୍ୟ ରହିଛି ବିରାଟଙ୍କ ନାଁରେ । ଏବେ କୋହଲିଙ୍କ ଆଗାମି ମିଶନ ରହିଛି ୨୦୨୦ ଟି୨୦ ବିଶ୍ୱକପ । ଏହି ମିଶନକୁ ପୁରୁଣ କରିବାଲେ ଲାଗି ପଡିଛନ୍ତି ବିରାଟ ବାହିନୀ । କ୍ରିକେଟର୍ କୋହଲି ଏବେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ଭୁଟାନରେ ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଅନୁଷ୍କା ସେୟାର୍ କରିଥିବା କିଛି ଫଟୋ ଦେଖି ଅନୁମାନ ଲଗାଯାଉଛି ଯେ ବିରାଟ ଏଥର ନିହାତି ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.