ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଖୋଲା ରହିବ ଦେଶର ସମସ୍ତ ବ୍ୟାଙ୍କ
1 min readଆଓରି-ନୂଆଦିଲ୍ଲୀ(୩୧/୮) : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବ ଏବଂ ଏଟିଏମ୍ରେ ଟଙ୍କା ଉଠାଇ ହେବ। ସେପ୍ଟେମ୍ବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ଏବଂ ୮ ଓ ୯ ତାରିଖ ଛୁଟି ଦିନ ଓ ଧର୍ମଘଟ ଯୋଗୁ ୬ ଦିନ ବ୍ୟାଙ୍କ ବନ୍ଦ ରହିବ ଏବଂ ଏହି ସମୟରେ ଏଟିଏମ୍ରୁ ଟଙ୍କା ଉଠାଇ ହେବ ନାହିଁ ବୋଲି ସୋସିଆଲ ମିଡିଆ ଆପ୍ରେ ଏକ ସୂଚନା ପ୍ରସାରିତ ହେଉଛି। ଏଥିରେ କୁହାଯାଇଛି ଯେ, ସେପ୍ଟେମ୍ବର ୩ରେ ଜନ୍ମାଷ୍ଟମୀ ଓ ୪ ଓ ୫ରେ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ନ୍ୟାଶନାଲ ଅର୍ଗାନାଇଜେଶନ ଅଫ ବ୍ୟାଙ୍କ ୱାର୍କର୍ଷ ଭାଇସ ପ୍ରେସିଡେଣ୍ଟ ଅଶ୍ୱିନୀ ରାଣା ଏହାକୁ ଖଣ୍ଡନ କରିଛନ୍ତି। ରିଜର୍ଭ ବ୍ୟାଙ୍କ କର୍ମଚାରୀ ୪ ଓ ୫ରେ ଧର୍ମଘଟ କରୁଛନ୍ତି। ଏହାକୁ ଦେଶର ସମସ୍ତ ବ୍ୟାଙ୍କ ଧର୍ମଘଟ ବୋଲି ଧରିନିଆଯାଇଛି। ଆସନ୍ତା ସପ୍ତାହରେ ବ୍ୟାଙ୍କ ଖୋଲା ରହିବ ବୋଲି ସେ କହିଛନ୍ତି।