April 18, 2024

କୋଣାର୍କ ମନ୍ଦିର ପରିସରରେ ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ

1 min read
world-heritage-week-celebrated-in-konark-temple-premises-Aajira-Odisha

ଆଓରି-ଭୁବନେଶ୍ଵର(୨୦/୧୧) : ପୁରାତନ କିର୍ତ୍ତୀରାଜିର ସୁରକ୍ଷା, ଏହା ପ୍ରତି ସଚେତନତା ଓ ନୂଆ ପିଢ଼ିମାନଙ୍କ ଜ୍ଞାତ ନିମନ୍ତେ ପ୍ରତିବର୍ଷ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ନଭେମ୍ବର ମାସରେ ଏକ ସପ୍ତାହ ବ୍ୟାପୀ ପାଳନ କରାଯାଏ ବିଶ୍ୱ ଐତିହ୍ୟ ସପ୍ତାହ । ଓଡ଼ିଶା ରାଜ୍ୟ ଅର୍‌କ୍ୟୋଲୋଜିକଲ ସର୍ଭେକ୍ଷଣ ପକ୍ଷରୁ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଗତକାଲି ବିଶ୍ୱ ଦାୟଦ ସପ୍ତାହ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ଡ଼କ୍ଟର ସଞ୍ଜୟ ଆଚାର୍ଯ୍ୟ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ମୁଖ୍ୟ ପ୍ରତ୍ନତାତ୍ତ୍ୱିକ ସୁପରିଟେଡେଣ୍ଟ ଅରୁଣ ମଲିକ୍‌, ସହାୟକ ସୁପରିଟେଡେଣ୍ଟ ଗୌତମୀ ଭଟ୍ଟାଚାର୍ଜି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ସପ୍ତାହ ପାଇଁ ପର୍ଯ୍ୟଟକଙ୍କ ପରିଦର୍ଶନ ନିମନ୍ତେ ପ୍ରତ୍ନତାତ୍ତ୍ୱିକ ଓ ପୁରୁଣା ଐତିହ୍ୟର ଫୋଟୋ ଚିତ୍ର ପ୍ରଦର୍ଶନୀ ଶୁଭାରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.