April 25, 2024

ଯୁବକମାନଙ୍କ ସ୍କିଲ୍ ଡେଭଲପ୍ କରିବା ପାଇଁ ଜାନୁଆରୀ ୧ରୁ ଆରମ୍ଭ ହେବ ମୋଦୀ ସରକାରଙ୍କର ନୂତନ ଯୋଜନା

1 min read
PM-Narendra-Modi-will-start-Varun-Mitra-Yojna-Aajira-Odisha

ଆଓରି-ନୂଆଦିଲ୍ଲୀ(୨୬/୧୨) : ମୋଦି ସରକାର ଯୁବକମାନଙ୍କ ସ୍କିଲ୍ ଡେଭଲପ୍ କରିବା ଏବଂ ସେମାନଙ୍କୁ ନିଜ ଗୋଡିରେ ଠିଆ ହେବା ପାଇଁ ନିଜ ଯୋଜନା ମାଧ୍ୟମରେ ଲଗାତାର ଚେଷ୍ଟା କରିଆସିଛନ୍ତି । ଏଥିପାଇଁ ସରକାର ଅନେକ ମିତ୍ର କାର୍ଯ୍ୟକ୍ରମ ମଧ୍ୟ ଚଲାଉଛନ୍ତି । ନିକଟରେ କେନ୍ଦ୍ର ସରକାର କହିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଏକ ଲକ୍ଷ ‘ଆୟୁଷ୍ମାନ ମିତ୍ର’ ଭର୍ତ୍ତି କରିବାର ଯୋଜନା ରହିଛି । ଏହି ସଂଖ୍ୟାରେ ସରକାର ବରୁଣ ମିତ୍ର ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଥିଲେ । ବରୁଣ ମିତ୍ର ବନାଇବା ପାଇଁ ସରକାରଙ୍କ ତରଫରୁ ନିଶୁଳ୍କ ଟ୍ରେନିଂ ଦିଆଯିବ ।

ମିନିଷ୍ଟ୍ରୀ ଅଫ ନ୍ୟୁ ଆଣ୍ଡ ରିନ୍ୟୁବଲ ଏନର୍ଜି(ଏମଏନଆରଇ) ଏବଂ ନ୍ୟାସନାଲ ଇଣ୍ଟଷ୍ଟିଚ୍ୟୁଟ ଅଫ ସୋଲାର ଏନର୍ଜି(ଏନଆଇଏସଇ) ତରଫରୁ ବରୁଣ ମିତ୍ର କାର୍ଯ୍ୟକ୍ରମ ସଞ୍ଚାଳିତ କରାଯାଏ । ଏହାକୁ ସୋଲାର ୱାଟର ପମ୍ପିଙ୍ଗ ‘ବରୁଣ ମିତ୍ର’ କାର୍ଯ୍ୟକ୍ରମ କୁହାଯାଏ । ଏହି ଯୋଜନା ଜରିଆରେ ଲୋକଙ୍କୁ ସୋଲାର ସିଷ୍ଟମ ସମ୍ପର୍କରେ ପ୍ରଶିକ୍ଷିତ କରାଯାଏ । ଏହି ଟ୍ରେନିଂରେ ଲୋକେ ରିନ୍ୟୁବଲ ଏନର୍ଜି, ସୋଲାର ରିସୋର୍ସ ଆସେସମେଣ୍ଟ ୱାଟର ଟେବଲ, ସୋଲାର ୱାଟର ପମ୍ପିଂ କମ୍ପୋନେଟର ଅଲଗା ଅଲଗା କୌଶଳରେ ଅନ୍ୟ ଜରୁରୀ ଶିକ୍ଷା ନେଇ ପାରିବେ । ଏହା ବ୍ୟତୀତ ଯୋଜନା ମାଧ୍ୟମରେ ସୋଲାର ପିବି ୱାଟର ପମ୍ପିଙ୍ଗ ସିଷ୍ଟମ ପାଇଁ ସେଫ୍ଟି ପ୍ରାକ୍ଟିସ୍, ଅପରେସନ ଆଣ୍ଡ ମେଣ୍ଟେନାନ୍ସ, ଟେଷ୍ଟିଙ୍ଗ ଏବଂ କମିଶନିଂର ସୂଚନା ମଧ୍ୟ ଦିଆଯାଏ ।

ଏହି ଯୋଜନାରେ ସାମିଲ ଲୋକମାନଙ୍କ ଟ୍ରେନିଂ ପାଇଁ କେବଳ କ୍ଲାସ୍ ରୁମ୍ ଲେକ୍ଚର ନୁହେଁ ବରଂ ପ୍ରାକ୍ଟିକାଲ ହ୍ୟାଣ୍ଡ୍ସ-ଅନ,ଫିଲ୍ଡ ବିଜିଟ୍, ଇଣ୍ଡଷ୍ଟ୍ରିଆଲ ଭିଜିଟ୍, ଲ୍ୟାବ୍ ଏକ୍ସପେରିମେଣ୍ଟ ମଧ୍ୟ କରାଯିବ । ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ୨୮ ଡିସେମ୍ବର ଭିତରେ ଆପ୍ଲାଏ କରିବାକୁ ପଡିବ । ଟ୍ରେନିଂ ୧ ଜାନୁୟାରୀ ରୁ ୧୯ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ । ଏଥିରେ ଆପଣଙ୍କୁ ୧୨୦ଘଣ୍ଟା କ୍ଲାସ୍ ଦିଆଯିବ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ସୂଚନା ପାଇଁ ଆପଣ ଏହି ୱେବସାଇଟରେ କ୍ଲିକ୍ କରିପାରିବେ । ଏହି ଲିଙ୍କରୁ ଆପ୍ଲିକେଶନ ଫର୍ମ ଡାଉନଲୋଡ କରାଯାଇପାରିବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.