Thu. May 6th, 2021

ଦିଲ୍ଲୀ-ମୁମ୍ବଇ ମୁକାବିଲା ଆଜି

1 min read
IPL-2021-aajira odisha

ଆଓରି-ଚେନ୍ନଇ(୨୦/୦4) : ଚଳିତ ଆଇପିଏଲ୍‌​ରେ ୧୩ଶ ମ୍ୟାଚ୍‌ରେ ମଙ୍ଗଳବାର ୫ ଥର ଚମ୍ପିଆନ୍ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଓ ପ୍ରଥମ ଟାଇଟଲ ସନ୍ଧାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରେ ମୁକାବିଲା ହେବ। ଅଦ୍ୟାବଧି ଉଭୟ ଦଳଙ୍କର ପ୍ରଦର୍ଶନ ସମାନ ରହିଛି। ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେ​ଳେ ୨ଟି ଲେଖାଏଁ ଜିତି ପାରିଛନ୍ତି। ତେଣୁ ମଙ୍ଗଳବାର ମ୍ୟାଚ୍‌ରେ ଯେଉଁ ଦଳ ଜିତିବ; ସେହି ଦଳ ଆଗୁଆ ହୋଇପାରିବ। ମୁମ୍ବଇ ଇଣ୍ଡିଆନ୍‌ସ ତା’ର ୩ଟିଯାକ ମ୍ୟାଚ୍‌ ଚେନ୍ନଇର ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଖେଳିଛି। ଏହିଠାରେ ହିଁ ମୁମ୍ବଇ ୪ର୍ଥ ମ୍ୟାଚ୍‌ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍‌ସ ତା’ର ପ୍ରଥମ ୩ଟିଯାକ ମ୍ୟାଚ୍‌ ମୁୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳିଛି। ତେଣୁ ୪ର୍ଥ ମ୍ୟାଚ୍‌ ଏହାକୁ ଚେନ୍ନଇରେ ଖେଳିବାର ଥିବାରୁ ଚେନ୍ନଇର ସ୍ପିନ୍ ଉପଯୋଗୀ ପିଚ୍ ସହ ନିଜକୁ ଖାପ୍‌ ଖୁଆଇବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.