Thu. May 6th, 2021

ବାଙ୍ଗାଲୋର-ରାଜସ୍ଥାନ ମୁକାବିଲା ଆଜି

1 min read

ଆଓରି-ମୁମ୍ବଇ(୨୨/୦୪): ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏବଂ ସଞ୍ଜୁ ସାମ୍‌ସନ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଆଜି (ଗୁରୁବାର) ଚଳିତ ଆଇପିଏଲ୍‌ ଚତୁର୍ଦ୍ଦଶ ସଂସ୍କରଣର ୧୬ତମ ମ୍ୟାଚ୍‌ରେ ମୁକାବିଲା ହେବ। ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୩ ମ୍ୟାଚ୍‌ ଖେଳିସାରିଥିବା ବିରାଟ ବାହିନୀ ହ୍ୟାଟ୍ରିକ୍‌ ବିଜୟ ସହ ଅପରାଜେୟ ରହି ୬ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପ୍ରଥମ ଥର ନେତୃତ୍ବ ଭାର ପାଇଥିବା ସଞ୍ଜୁ ସାମ୍‌ସନ୍‌ଙ୍କ ଦଳ ସମାନ ୩ ମ୍ୟାଚ୍‌ରୁ ଗୋଟିଏ ବିଜୟ ଓ ୨ ପରାଜୟ ସହ ସପ୍ତମ ସ୍ଥାନରେ ରହିଛି। ତେଣୁ ଗୁରୁବାର ମ୍ୟାଚ୍‌କୁ ଜିତି ଅପରାଜେୟ ଧାରା ଜାରି ରଖିବା ଲାଗି ଆର୍‌ସିବି ଲକ୍ଷ୍ୟ ରଖିଥିଲା ବେଳେ ରାଜସ୍ଥାନ କିନ୍ତୁ ବିଜୟ ଧାରାକୁ ଫେରି ପଏଣ୍ଟ ତାଲିକାର ଉପରକୁ ଉଠିବାର ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.