Thu. May 6th, 2021

ମେ’ ପହିଲାରେ ଭାରତରେ ପହଞ୍ଚିବ ସ୍ପୁଟନିକ–ଭି

1 min read

ଆଓରି-ନୂଆଦିଲ୍ଲୀ(୨୭/୦୪) : ମେ’ ପହିଲାରେ ଭାରତରେ ପହଞ୍ଚିବ ରୁଷିଆ ଟିକା। ରୁଷିଆ ନିର୍ମିତ ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି। ବଡ଼କଥା ହେଉଛି ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ। ଜାନୁଆରି ୧୬ ତାରିଖରୁ ଆରମ୍ଭ ହୋଇଥିବା ସମୁହ ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା। ପୂର୍ବରୁ କୋଭିସିଲ୍ଡ ଓ ଦେଶୀଟିକା କୋଭାକ୍ସିନ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଥିବାବେଳେ ଗତ ୧୨ ତାରିଖରେ ରୁଷିଆ ନିର୍ମିତ ସ୍ପୁଟନିକ–ଭି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଭାରତ ସରକାର।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.