Thu. May 6th, 2021

ଦେଶରେ ୨୪ ଘଣ୍ଟାରେ ୩.୨୩ ଲକ୍ଷ ନୂଆ ସଂକ୍ରମିତ

1 min read
aajira adisha covid-19

ଆଓରି-ନୂଆଦିଲ୍ଲୀ(୨୭/୦୪) : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩ ଲକ୍ଷ ୨୩ ହଜାର ୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ସେହି ସମୟରେ ୨୭୭୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଦେଶରେ କ୍ରମାଗତ ଷଷ୍ଠ ଦିନ ପାଇଁ ନୂଆ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ଉପରେ ରହିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୭୬ କୋଟିରୁ ଅଧିକ ହୋଇଛି। ସେହିଭଳି ମୃତକଙ୍କ ସଂଖ୍ୟା ୧,୯୭,୮୯୪କୁ ବୃଦ୍ଧିପାଇଛି। ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରୁ ସର୍ବାଧିକ ୪୮,୭୦୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.