Thu. May 6th, 2021

ଚେନ୍ନଇ ସୁପର କିଙ୍ଗ୍ସ ର ହ୍ୟାଟ୍ରିକ୍ ବିଜୟ

1 min read

ଆଓରି-ମୁମ୍ବଇ(୨୨/୦୪): ଚଳିତ ଆଇପିଏଲର ବୁଧବାର ୨ୟ ମ୍ୟାଚରେ ବିଜୟୀ ହୋଇଛି ଚେନ୍ନଇ ସୁପର କିଙ୍ଗ୍ସ । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୧୮ ରନରେ ଚେନ୍ନଇ ସୁପର କିଙ୍ଗ୍ସ ପରାସ୍ତ କରିଛି। ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକ୍ୱାଡଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍କେ ୩ ୱିକେଟରେ ୨୨୦ ରନ୍ର ବିଶାଳ ସ୍କୋର୍ କରିଥିଲା। ପରେ ଆେନ୍ଦ୍ର ରସେଲ ଓ ପ୍ୟାଟ୍ କମିନ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ କେକେଆର୍ ୧୯.୧ ଓଭରରେ ୨୦୨ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ପ୍ରଥମ ମ୍ୟାଚ୍ରେ ପରାସ୍ତ ହୋଇଥିବା ଚେନ୍ନଇ ସୁପର କିଙ୍ଗ୍ସ ଏହାକୁ ମିଶାଇ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ ଜିତିଥିବା କୋଲକାତା ନାଇଟ୍ ରାଇଡର୍ସ ହ୍ୟାଟ୍ରିକ୍ ପରାଜୟ ବରଣ କରିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.