Thu. May 6th, 2021

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ

1 min read
Aajira-Odisha-Covid-19

ଆଓରି-ଭୁବନେଶ୍ୱର(୨୭/୦୪):ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୭୩ କରୋନା ପଜିଟିଭ୍ ଚିହ୍ନଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧରୁ ୨୫୫୧ ଓ ୩୫୨୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୧୨୯କୁ ବୃଦ୍ଧି ପାଇଛି। ଏବେ ୫୦,୯୫୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଅପରପକ୍ଷରେ ୩ ଲକ୍ଷ ୬୭ ହଜାର ୧୧୧ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।
ଏଣେ ଓଡ଼ିଶାରେ ୧୦ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.