Thu. May 6th, 2021

ଓଡ଼ିଶାରେ ଗତ ୨୪ ଘଣ୍ଟାରେ ନୂଆ ୬୧୬୪ ସଂକ୍ରମିତ ଚିହ୍ନଟ

1 min read

ଆଓରି-ଭୁବନେଶ୍ୱର(୨୨/୦୪): ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତଣ ବାହାରକୁ ଯିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ନୂଆ ୬୧୬୪ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୫୭୫ ଓ ସ୍ଥାନୀୟ ସଂକ୍ରମିତ ୨୫୮୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି। କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୭ ଜଣଙ୍କର ପ୍ରାଣହାନି ଘଟିଛି। ଏଥିସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୯୬୫କୁ ବୃଦ୍ଧିପାଇଛି। ଇତିମଧ୍ୟରେ ୨୦୦୯ ଜଣ ନୂଆ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ସହିତ ରାଜ୍ୟରେ ମୋଟ ୩୮୮୪୭୯ ଜଣ ପଜିଟିଭ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୫୧୩୮୬ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫୦୭୫ ରହିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.