Thu. May 6th, 2021

ଆଇପିଏଲ୍ ମହାସଂଗ୍ରାମ : ଆଜି ପନ୍ତ୍‌ଙ୍କୁ ଟକ୍କର ଦେବେ ସଞ୍ଜୁ

1 min read
pant-sanju-aajira odisha

ଆଓରି-ମୁମ୍ବାଇ(୧୫/୦୪): ଆଇପିଏଲ୍‌ର ସପ୍ତମ ଦିବସରେ ଗୁରୁବାର ରାଜସ୍ଥାନ ରୟାଲ୍ସ ସହିତ ଗତ ସଂସ୍କରଣର ଉପବିଜେତା ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ହେବ। ଏଥି ସହିତ ଉଭୟ ଦଳ ନିଜ ନିଜର ଦ୍ବିତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। ଭାରତୀୟ ଦଳର ଦୁଇ ୱିକେଟ୍‌ରକ୍ଷକ ସଞ୍ଜୁ ସାମ୍‌ସନ୍‌ ଏବଂ ଋଷଭ ପନ୍ତ୍‌ ଯଥାକ୍ରମେ ରାଜସ୍ଥାନ ଓ ଦିଲ୍ଲୀ ଦଳର ନେତୃତ୍ବ ନେଉଛନ୍ତି। ଉଭୟେ ଆଇପିଏଲ୍‌ରେ ପ୍ରଥମ ଥର ଲାଗି ଚଳିତ ସଂସ୍କରଣରେ ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି। ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ ଚମତ୍କାର ଶତକ ଜମାଇବା ସତ୍ତ୍ବେ ତାଙ୍କ ରାଜସ୍ଥାନ ରୟାଲ୍‌ସ ଦଳ ମାତ୍ର ୪ ରନ୍‌ରେ ପଞ୍ଜାବ କିଙ୍ଗ୍‌ସ ନିକଟରୁ ହାରି ଯାଇଥିଲା। ଅନ୍ୟପକ୍ଷରେ ଋଷଭ ପନ୍ତ୍‌ଙ୍କ ନେତୃତ୍ବରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌କୁ ଅତି ସହଜରେ ଜିତି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.