Thu. May 6th, 2021

ଜାଲିଆନୱାଲା ବାଗ ହତ୍ୟାକାଣ୍ଡ: ଶହୀଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

1 min read

ଆଓରି-ନୂଆଦିଲ୍ଲୀ(୧୩/୦୪): ଲୋମହର୍ଷଣକାରୀ ଜାଲିଆନୱାଲା ବାଗ ହତ୍ୟାକାଣ୍ଡକୁ ଆଜି ୧୦୨ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣହତ୍ୟାର ଶିକାର ହୋଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ଆପଣମାନଙ୍କ ସାହସ, ବଳିଦାନ ଏବଂ ବୀରତା ପ୍ରତି ଭାରତୀୟଙ୍କୁ ଶକ୍ତି ଯୋଗାଉଛି।

ଉକ୍ତ ସ୍ଥାନରେ ୧୯୧୯ ମସିହାରେ ଔପନିବେଶିକ ବାହିନୀର ଅନୈତିକ ଗୁଳି ବିନିମୟରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା। ଦେଶ ସ୍ବାଧୀନତାର ଇତିହାସରେ ୧୯୧୯ ଏପ୍ରିଲ ୧୩ ତାରିଖକୁ ଏକ କଳାଦିବସ ଭାବେ ବିବେଚନା କରାଯାଉଛି। ସେହିବର୍ଷ ଆଜିର ଦିନରେ ଅମୃତସରର ଜାଲିଆନାୱାଲାବାଗରେ ଶାନ୍ତିପୂର୍ଣ୍ଣ ଭାବେ ସଭା କରିବା ଲାଗି ଏକାଠି ହୋଇଥିବା ହଜାର ହଜାର ଭାରତୀୟଙ୍କ ଉପରେ ବ୍ରିଟିଶ ସରକାରର ସିପାହୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁଥିରେ ଶତାଧିକ ଭାରତୀୟ ଶହୀଦ ହୋଇଥିଲେ। ବହୁ ଲୋକ ଆହତ ହୋଇଥିଲେ। ଇତିହାସ ପୃଷ୍ଠାରେ ଲେଖାଥିବା ଏହି ଘଟଣାକୁ ଜାଲିଆନାୱାଲାବାଗ ନରସଂହାର ଭାବେ ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.