ବାଣିଜ୍ୟ

ପ୍ରଥମ ତ୍ରୟମାସରେ ୧୩୨୩ କୋଟି ଟଙ୍କାର କ୍ଷତି କରିଛି ଜେଟ୍‌ ଏୟାରେଓ୍ଵଜ୍‌

ଆଓରି-ନୂଆଦିଲ୍ଲୀ(୨୮/୮) : ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଥିବା ସୁଯୋଗକୁ ହାସଲ କରିବା ପାଇଁ ବିଶ୍ୱର ଅନେକ କଂପାନି ଆଗେଇ ଆସିଥିଲେ ଓ ସେମାନେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି। ବିମାନ କଂପାନିଙ୍କ ସଂଖ୍ୟା ବଢ଼ିବା ସହିତ ସେମାନଙ୍କ ମଧ୍ୟରେ ପ୍ରତିନ୍ଦନ୍ଦ୍ୱିତା ତୀବ୍ର ହୋଇଛି। ବିମାନ କଂପାନିଗୁଡ଼ିକରେ ପ୍ରତିଯୋଗିତା ଏତେ ବଢ଼ିଯାଇଛି ଯେ ତାହାକୁ ଅନେକ କଂପାନି ସାମ୍ନା କରିପାରୁନାହାନ୍ତି। ବିଶେଷ କରି ଭାରତୀୟ ବିମାନ କଂପାନିଗୁଡ଼ିକର ସ୍ଥିତି ବହୁତ ଖରାପ ହୋଇଯାଇଛି। ବିଦେଶୀ କଂପାନିଗୁଡ଼ିକର ସ୍ଥିତି ମଧ୍ୟ ସେତେଟା ଭଲ ନାହିଁ।
ଭାରତରେ କାରବାର କରୁଥିବା ବିମାନ କଂପାନିଗୁଡ଼ିକ ପାଇଁ ଦୁଇଟି ବଡ଼ ସମସ୍ୟା ଦେଖାଦେଇଛି। ଯାତ୍ରୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କଂପାନିଗୁଡ଼ିକ ମଧ୍ୟରେ ଟିକଟ୍‌ ଦରକୁ ନେଇ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିଛି। ଯଥା ସମ୍ଭବ କମ୍‌ ଦରରେ ଟିକଟ ବିକ୍ରି କରାଯାଉଛି। ଏହା ବ୍ୟତୀତ ବିମାନ ଇନ୍ଧନର ମୂଲ୍ୟ ବହୁତ ବଢ଼ିଯାଇଛି। ଏହି ଦୁଇ କାରଣ ଯୋଗୁଁ ବିମାନ କଂପାନିଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ପ୍ରତିଦ୍ୱନ୍ଦିତା ଯୋଗୁ ଭାରତୀୟ କଂପାନିଗୁଡ଼ିକ ନଚାହିଲେ ମଧ୍ୟ ଟିକଟ ଦର କମ୍‌ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଟିକଟ ଦର ଲଢ଼େଇରେ ପ୍ରଭାବିତ ହୋଇଥିବା ପ୍ରଥମ ବଡ଼ କଂପାନି ହେଉଛି ଜେଟ୍‌ ଏୟାରେଓ୍ଵଜ୍‌। ଏହା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି।

ଗତ କିଛିଦିନର ଅନିଶ୍ଚିତତା ପରେ ଜେଟ୍‌ ଏୟାରେଓ୍ଵଜ୍‌ ଆଜି ଏହାର ଆର୍ଥିକ ଫଳାଫଳ ଘୋଷଣା କରିଛି। ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧୩୨୩ କୋଟି ଟଙ୍କାର କ୍ଷତି କରିଥିବା ଏହି ଫଳାଫଳରୁ ଜଣାଯାଇଛି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନି ୫୩୫ କୋଟି ଟଙ୍କାର ଲାଭ କରିଥିବା ବେଳେ ଚଳିତବର୍ଷ ଏହି ବିପୁଳ ପରିମାଣର କ୍ଷତି ସହିଛି। ବଜାରରେ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଜେଟ୍‌ ଏୟାରେଓ୍ଵଜ୍‌ ପାଇଁ କ୍ଷତିର ପ୍ରମୁଖ କାରଣ ପାଲଟିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି କମ୍ପାନିର ବିମାନ ଇନ୍ଧନ ବାବଦ ଖର୍ଚ୍ଚ ୫୩ ପ୍ରତିଶତ ବୃଦ୍ଧି ପାଇ ୨୩୩୨ କୋଟି ଟଙ୍କା ହୋଇଛି।
ଇନ୍ଧନ ମୂଲ୍ୟ ବି ଦାୟୀ
ବିମାନ କଂପାନିଙ୍କ ଖରାପ ସ୍ଥିତି ପାଇଁ ଟିକଟ ଦରକୁ ଦାୟୀ କରାଯାଉଛି। ଏୟାରଏସିଆ ଓ ସିଙ୍ଗାପୁର ଏୟାରଲାଇନ୍ସ ଭାରତକୁ ଆସିବା ପରେ ବହୁତ କମ୍‌ ଦରରେ ଟିକଟ ବିକ୍ରି କରୁଛନ୍ତି। ଏହାର ପ୍ରଭାବରେ ଅନ୍ୟ ଭାରତୀୟ କଂପାନିଗୁଡ଼ିକୁ ଟିକଟ ମୂଲ୍ୟ କମ୍‌ କରିବାକୁ ପଡ଼ୁଛି। ଆଗାମୀ ଦିନରେ କତାର୍‌ ଏୟାରେଓ୍ଵଜ୍‌ ଭାରତ ଆସିବ। ଏହି କଂପାନି ଆସିବା ପରେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। କଂପାନିଗୁଡ଼ିକର ଖରାପ ସ୍ଥିତିର ଅନ୍ୟ ଏକ କାରଣ ହେଉଛି ବିମାନ ଇନ୍ଧନ। ଏହି ଇନ୍ଧନ ଉପରେ ସରକାର ୩୦%ର ଟିକଟ ଲାଗୁ କରିଛନ୍ତି। ଭାରତରେ ବିମାନ ଇନ୍ଧନ ସାରା ଦୁନିଆରେ ଅନ୍ୟତମ ସର୍ବାଧିକ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button