ଜିଲ୍ଲା

କେନ୍ଦ୍ରାପଡାରେ ଜାରିହେଲା କର୍ଫ୍ୟୁ

ଆଓରି-ଭୁବନେଶ୍ଵର(୨୪/୦୧) : କେନ୍ଦ୍ରାପଡ଼ା ଟାଉନ୍‌ ହାଇସ୍କୁଲ ପଡ଼ିଆଠାରେ ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ବିରୋଧ କରାଯିବା ନେଇ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା ସହର। ସ୍ଥିତି ଅଣାୟତ ହେବାରୁ ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ସକାଳ ୮ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ବୁଧବାର ସହରରେ ୧୪୪ ଧାରା ଜାରି ହେବା ସତ୍ତ୍ୱେ ଗରାପୁର କାଳୀମନ୍ଦିର ନିକଟରେ ଗୁରୁବାର ମୁସଲିମ୍‌ ଓ ହିନ୍ଦୁଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ଟେକା ପଥର ବୋତଲ ମାଡ କରିଥିଲେ। ଏଥିରେ ସାଧାରଣ ଲୋକଙ୍କ କ୍ଷତି ହେବା ସହିତ ଓଏସଏଫର ବିଶ୍ୱଜିତ୍‌ ସାହୁଙ୍କ ହାତରେ ଭଙ୍ଗା ବୋତଲ ମାଡ ହୋଇ କ୍ଷତାକ୍ତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button