August 4, 2021

ଖରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

1 min read

ଖରାଦିନିଆ ଫଳ ଭାବେ ଜଣାଯାଉଥିବା ତରଭୁଜ ଓ ଖରଭୁଜ ନିୟମିତ ଭାବେ ଖାଇଲେ ତାହା ସ୍ଵାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ସାଲାଡରେ କିମ୍ବା ଫଳରସ ଭାବେ ଖରଭୁଜର ଉପଯୋଗ କରିହେବ।

– ଗୋଟିଏ ଖଣ୍ଡ ମଧ୍ୟମ ଆକାରର ଖରଭୁଜରେ ୬୦ କ୍ୟାଲୋରୀ ଥିବାର ଜଣାପଡ଼ିଛି। ଏଥିରେ ପ୍ରଚୁର ପରିମାଣରେ ଫାଇବର୍ସ, ଭିଟାମିନ୍ ଏ, ସି ଥିବାରୁ ଏହା ସ୍ଵାସ୍ଥ୍ୟ ପାଇଁ ଉପକାରୀ।

– ବିଟା କ୍ୟାରୋଟିନ୍ ଓ ପୋଟାସିୟମ୍ ଭରପୂର ଥିବା ଏହି ଫଳ ବୟସ୍କ ରୋଗୀଙ୍କ ନିମନ୍ତେ ଏକ ଉତ୍ତମ ଫଳ ଅଟେ।

– ଏହି ଫଳରେ ଥିବା ବିିଭିନ୍ନ ପ୍ରକାର ତତ୍ତ୍ବ ଚକ୍ଷୁର ଜ୍ୟୋତି ବଢ଼ାଇଥାଏ। ଫଳରସ ଭାବେ ମଧ୍ୟ ଖରଭୁଜ ରସ ପିଇବା ଖୁବ୍ ଉପକାରୀ।

– ଖରଭୁଜରେ ଥିବା ଭିଟାମିନ୍ ସି ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ତ୍ବଚାରେ ଚମକ ଆଣିଥାଏ।

– ତ୍ଵଚା ପାଇଁ ଏକ ଉତ୍ତମ ଖୋରାକ୍ ଭାବେ ଜଣାଯାଉଥିବା ଖରଭୁଜ ହାଡ଼ଗଣ୍ଠିକୁ ମଧ୍ୟ ଶକ୍ତି ଯୋଗାଇଥାଏ।

– ଖରଭୁଜ ଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ଵ ହୃଦରୋଗ ଓ କର୍କଟ ରୋଗରୁ ଶରୀରକୁ ରକ୍ଷା କରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.