Thu. May 6th, 2021

ମ୍ୟାଚ୍ ଜିତିଲା କିଙ୍ଗ୍ସ

1 min read

ଆଓରି-ମୁମ୍ବାଇ(୧୩/୦୪): ଆଇପିଏଲ ୨୦୨୧ର ୪ର୍ଥ ମ୍ୟାଚରେ ପଂଜାବ କିଙ୍ଗସ, ରାଜସ୍ଥାନ ରୟାଲ୍ସକୁ ୪ ରନରେ ହରାଇଛି । ବିଜୟ ପାଇଁ ପଂଜାବ ୨୨୨ ରନର ବିଜୟ ଲକ୍ଷ୍ୟ ରଖିଥିଲେ ମଧ୍ୟ ରାଜସ୍ଥାନ ଲଢୁଆ ଖେଳ ପ୍ରଦର୍ଶନ କରି ବିଜୟ ନିକଟବର୍ତ୍ତୀ ହୋଇଯାଇଥିଲା  । କିନ୍ତୁ ବିଜୟଠାରୁ ମାତ୍ର ୪ ରନ ପଛରେ ରହିଥିଲା ।

ଅଧିନାୟକ ସଂଜୁ ସାମସନ ଚମତ୍କାର ଖେଳ ପ୍ରଦର୍ଶନ କରି ଏକ ବିସ୍ଫୋରକ ଶତକ ମାରିଥିଲେ ବି ଟିମକୁ ବିଜୟୀ କରିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୧୭ ରନ କରିଥିଲା । ପ୍ରଥମେ ରାଜସ୍ଥାନ ରୟାଲ୍ସ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୧ ରନ କରିଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.